ଶ୍ରମିକ ଦିବସ ପାଳିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ

ବାରିପଦା ଅଫିସ, ୩ା୫- ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନ ବାରିପଦା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ବିଶ୍ୱବ୍ୟାପୀ କରୋନା ମହାମାରୀ ହେତୁ ସରକାରଙ୍କ ସମସ୍ତ ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା, ମାସ୍କ ଏବଂ ଗ୍ଲୋଭସ ବ୍ୟବହାର କରି ସ୍ବଳ୍ପ ବିଦ୍ୟୁତ୍‌ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଦିବସ ପାଳନ କରାଯାଇଥିଲା। ପରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସଂଘର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଜିଲା ସଭାପତି ସୁବ୍ରମଣ୍ୟମ ମହାନ୍ତିି ପତାକା ଉତ୍ତୋଳନ କରିଥିଲେ। ବାରିପଦା ଅଧିକ୍ଷଣ ଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ଦଣ୍ଡପାଟ, ସତ୍ୟବ୍ରତ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ନେସ୍କୋରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଲକ୍‌ ଡାଉନ ସମୟରେ ନିରବିଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଆସୁଥିତ୍ବା ସତ୍ତ୍ୱେ ବୈମାତୃକ ମନୋଭାବର ସମ୍ମୁଖୀନ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଆଲୋଚନା ହୋଇଥିଲା। ଆବଶ୍ୟକୀୟ ମରାମତି ସରଞ୍ଜାମ ଯୋଗାଇ ନ ଦେବା ହେତୁ କାର୍ଯ୍ୟରତ କର୍ମଚାରୀ ଏବଂ ଠିକା ଶ୍ରମିକମାନଙ୍କ ମଧ୍ୟରେ ଘୋର ଅଶାନ୍ତି ଦେଖାଦେଉଥିବା ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା ପ୍ରକାଶ କରିଥିଲେ।