ଶ୍ରମିକ, ଚାଷୀଙ୍କୁ ସହାୟତା ଯୋଗାଇ ଦିଅନ୍ତୁ କେନ୍ଦ୍ର, ରାଜ୍ୟ ସରକାର

ଜୟପୁର ,୨୮ା୫(ଡି.ଏନ.ଏ./ନି.ପ୍ର. )- କୋରାପୁଟ ଜିଲା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଗୁରୁବାର ଜିଲା କଂଗ୍ରେସଭବନଠାରେ ଏକ ଖବରଦାତା ସମ୍ମିଳନୀରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ, ଶ୍ରମିକ ଏବଂ ଚାଷୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ା କାରୋନା ଲକଡାଉନ ସମୟରେ ପ୍ରବାସୀ ଓଡିଆ, ଶ୍ରମିକମାନେ ବେଶି ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପ୍ରବାସୀଙ୍କ ନାମରେ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା,ଆସନ୍ତା ୬ ମାସ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରତ୍ୟେକ ମାସରେ ୭୫୦୦ ଟଙ୍କା ପରିବାର ଭରଣପୋଷଣ ପାଇଁ ଦେବା, ଏମଏନଆଇଇଜିଏସରେ ୧୫୦ ଦିନ ବଦଳରେ ୨୦୦ ଦିନର କାର୍ଯ୍ୟ ଦିବସ ସୃଷ୍ଟି କରି ଯୋଗାଇ ଦେବା, ଚାଷୀଙ୍କୁ ସାର, କୀଟନାଶକ ଔଷଧ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଦାନ କରିବା, କ୍ଷୁଦ୍ର ଓ ମଧ୍ୟମ ଧରଣର କାରାଖାନା ଚାଲୁ କରିବା, ୧୮ ମାସରୁ ଊର୍ଦ୍ଧ୍ୱ ଦିନ ହେଲା ବନ୍ଦ ରହିଥିବା ଜୟପୁରସ୍ଥିତ ବିଲ୍ଟ କାଗଜକଳକୁ ଉତ୍ପାଦନକ୍ଷମ କରିବାକୁ ସେ ଦାବି କରିଛନ୍ତି। ରବିଧାନ ମଣ୍ଡି ବର୍ତ୍ତମାନ କୋରାପୁଟ ଜିଲାରେ ଆରମ୍ଭ ହୋଇଯାଇଛି ା ବଲାଙ୍ଗିର ଜିଲାର ମିଲ ମାଲିକମାନେ କଷ୍ଟମ ମିଲିଂ ଧାନ ଏହି ଜିଲାରୁ ନେଉଛନ୍ତି ା ମାତ୍ର ଧାନର ମାନ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୭କିଲୋ ଅଧିକ ଦାବି କରୁଛନ୍ତି ା ତୁରନ୍ତ ବିନା କାଟନି ଛାଟନି ଧାନରେ ମିଲ ମାଲିକମାନେ ନେବାକୁ ସେ କହିଛନ୍ତି। ସେହିପରି ସମ୍ବଲପୁର ଏବଂ ବଲାଙ୍ଗିର ଜିଲାର ଟ୍ରକକୁ ଏଠାକୁ ଆଣି ମିଲରମାନେ ଧାନ ପରିବହନ କରୁଛନ୍ତି ା ଫଳରେ ଏଠାରେ ଥିବା ଟ୍ରକଗୁଡିକ କ୍ଷତି ସହୁଛନ୍ତି ା ସ୍ଥାନୀୟ ଟ୍ରକଗୁଡିକକୁ ଧାନ ପରିବହନ ପାଇଁ ନିୟୋଜିତ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ନଚେତ୍‌ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ା ଏହି ଖବରଦାତା ସମ୍ମିଳନୀରେ କୃଷ୍ଣଚନ୍ଦ୍ର ନେପାକ, ନରେନ୍ଦ୍ର ମହାନ୍ତି, କାନ୍ତ ପାଢୀ, ନିହାର ବିଶୋୟୀ, ମଦନ ମୋହନ ନାୟକ, ଭେଙ୍କଟରାଓ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ...

୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ...

ଭୋଟରଙ୍କୁ ଅଭିନବ ଉପାୟରେ ଆହ୍ବାନ ଦେଲେ ଜିଲାପାଳ

ପଟାଙ୍ଗି,୧୪ା୪(ଶରତ ଧଳ): ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ...

ପ୍ରଚାର ମଇଦାନରେ ତାରା: ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଶତାଧିକ କର୍ମୀ

କୋରାପୁଟ,୧୩ା୪(ଅମିତାଭ ବେହେରା): କୋରାପୁଟ ଜିଲାର ଲକ୍ଷ୍ମୀପୁର ନିିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଦଶମନ୍ତପୁରଠାରେ ଶନିବାର କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କଂଗ୍ରେସର ଲୋକ ସଭା...

ପ୍ରଚାର କରିବାକୁ ଆସି ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ଘାଇଲା ନେତା, ଛାଡ଼ି ପଳାଇଲେ ସଭା

କୋରାପୁଟ,୧୧।୪: ଭୋଟ ପାଇଁ ପ୍ରଚାର କରିବାକୁ ଆସିଥିଲେ ନେତା ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ହେଲେ ଘାଇଲା। ଜନତାଙ୍କ ପ୍ରଶ୍ନ ବାଣରେ ହଟହଟା ହୋଇ ସଭା ସ୍ଥଳ...

ଚିନ୍ତା ବଢ଼ାଇଛି ଗୋଟିଏ ଦିନରେ ଦୁଇ ରାଜ୍ୟର ନିର୍ବାଚନ, ପ୍ରସ୍ତୁତି ପାଇଁ ଅଧିକାରୀଙ୍କ ଗୁରୁତ୍ୱ

ପଟାଙ୍ଗି,୧୧ା୪(ଶରତ ଧଳ): ଗୋଟିଏ ଦିନରେ ଦୁଇଟି ରାଜ୍ୟର ଦୁଇ ନିର୍ବାଚନ ମଣ୍ଡଳୀରେ ଲୋକ ସଭା, ବିଧାନସଭା ନିର୍ବାଚନ ହେଉଥିବା ତାରିଖକୁ ନେଇ ଦୁଇ ରାଜ୍ୟର ଦୁଇ...

କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ

କୋରାପୁଟ/ନାରାୟଣପାଟଣା,୧୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ଲକ୍ଷ୍ମୀପୁରରୁ ବୁଧବାର ରାତିରେ ଦାମନଯୋଡ଼ି ଯାଉଥିବା ଏକ କାର୍‌ରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି।...

ବ୍ଲାଷ୍ଟିଂ ବେଳେ ପଥର ଖଣ୍ଡ ଉଡ଼ି ଆସି ବାଜିଲା କାନମୁଣ୍ଡାରେ, ଚାଲିଗଲା ନାବାଳକଙ୍କ ଜୀବନ

ଦାମନଯୋଡ଼ି,୧୦ା୪(ମାନସ ରଞ୍ଜନ କର): କୋରାପୁଟ ଜିଲା ଦାମନଯୋଡ଼ି ଉପକଣ୍ଠସ୍ଥ ମାନିଆଁ ନିକଟରେ ଏକ ପଥର କ୍ୱାରୀରୁ ବ୍ଲାଷ୍ଟିଂ ବେଳେ ପଥରଖଣ୍ଡ ଉଡ଼ି ଆସି ଜଣେ ନାବାଳକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri