ଶ୍ରମିକ କାର୍ଡ଼ ହିତାଧିକାରୀଙ୍କୁ ସହାୟତା ବଣ୍ଟନ

ଖଜୁରିପଡା,୧୯ା୪(ଡି.ଏନ.ଏ.)- ଖଜୁରିପଡା ବ୍ଲକର ୧୪ ପଞ୍ଚାୟତରେ ବିଡ଼ିଓ ରବୀନ୍ଦ୍ରନାଥ କହଁରଙ୍କ ତତ୍ତ୍ବାବଧାନରେ ଘରଘର ବୁଲି ଶ୍ରମିକ କାର୍ଡ ହିତାଧିକାରୀଙ୍କୁ ୧୫ ଶହ ଟଙ୍କା ଲେଖାଏ ବଣ୍ଟନ କରାଯାଉଛି। ଗୁରୁବାର ସୁଡ୍ରୁକୁମ୍ପା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଲଛମନ କହଁର ଓ ସମାଜସେବୀ ଶିବପ୍ରସାଦ ସାହୁ, ନାଏବ ସରପଞ୍ଚ ଦଣ୍ଡପାଣି ବେହେରା ଘରଘର ବୁଲି ସାମାଜିକ ଦୂରତା ରକ୍ଷାକରି ଶ୍ରମିକ କାର୍ଡଧାରୀଙ୍କୁ ଏହି ଟଙ୍କା ବଣ୍ଟନ କରିଥିଲେ। ଅନ୍ୟପକ୍ଷରେ ଅନେକ ଲୋକଙ୍କ ପାଖରେ ଶ୍ରମିକ କାର୍ଡ ଥାଇ ମଧ୍ୟ ତାଲିକାରେ ନଁା ନଥିବାରୁ ସେମାନେ ସହାୟତା ନ ପାଇ ନିରାଶ ହୋଇଛନ୍ତି। ଏନେଇ ଜିଲାପାଳ ଦୃଷ୍ଟି ଦେବାକୁ ଶ୍ରମିକମାନେ ଦାବି କରିଛନ୍ତି।