ଶ୍ରମିକଙ୍କ ଯନ୍ତ୍ରପାତି କ୍ରୟ ବିଲ୍‌ ସଂଶୋଧନ ଦାବିରେ ଧାରଣା

ଯାଜପୁର ରୋଡ,୨୧।୮(ନି.ପ୍ର.)- ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଶ୍ରମିକଙ୍କ ଯନ୍ତ୍ରପାତି କ୍ରୟ ବିଲ୍‌ ଉପରେ ବାଣିଜ୍ୟକର ବିଭାଗ ପ୍ରଦାନ କରିଥିବା ତଥ୍ୟର ସଂଶୋଧନ ଦାବିରେ ମଙ୍ଗଳବାର ଉପ ବାଣିଜ୍ୟକର ଆୟୋଗ ଯାଜପୁର ରୋଡ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଶ୍ରମିକ ସଂଘର ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା। ଏଥିରେ ୩୨୨ଜଣ ନିର୍ମାଣ ଶ୍ରମିକ ହିତାଧିକାରୀ ଯନ୍ତ୍ରପାତି ୨ ବର୍ଷଧରି କ୍ରୟକରି ଯାଜପୁର ରୋଡ୍‌ ଜିଲା ଶ୍ରମ ଦପ୍ତରରେ ବିଲ୍‌ ପୈଠ କରିଥିଲେ। ଉକ୍ତ ବିଲ୍‌ଗୁଡିକୁ ଜିଲା ଶ୍ରମବିଭାଗ ଯାଞ୍ଚ ପାଇଁ ବାଣିଜ୍ୟକର ବିଭାଗକୁ ପ୍ରଦାନ କରିଥିଲେ। ବାଣିଜ୍ୟକର ବିଭାଗ କ୍ରୟବିଲ୍‌ ଉପରେ ଭୁଲ୍‌ ତଥ୍ୟ ଦେଇଥିବାରୁ ଶ୍ରମବିଭାଗ ହିତାଧିକାରୀଙ୍କର ବିଲ୍‌ କରି ନାହାନ୍ତି। ଫଳରେ ୩୨୨ଜଣ ଶ୍ରମିକ ଅନୁଦାନରୁ ବଞ୍ଚତ୍ତ ହୋଇଛନ୍ତି ା ଏହି ବିଲ୍‌କୁ ପୂର୍ଣ୍ଣ ବିଚାର କରାଯାଇ ଶ୍ରମଆଇନ ଯୋଜନାରେ ଶ୍ରମିକଙ୍କୁ କ୍ରୟ ବାବଦ ସହାୟତା ରାଶି ଯୋଗାଇ ଦେବାପାଇଁ ଶ୍ରମିକ ସଂଘ ପକ୍ଷରୁ ଦାବି କରାଯାଇଛି। ଖରା ଓ ବର୍ଷାରେ ଶ୍ରମିକମାନେ ଧାରଣା ଦେଇଥିଲେ। ହେଲେ ବାଣିଜ୍ୟକର ବିଭାଗର ଅଧିକାରୀ ଧାରଣା ସ୍ଥଳକୁ ନ ଆସିବାରୁ ଧାରଣାକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘର ସମ୍ପାଦକ ପରମାନନ୍ଦ ସେଠୀ, ଶିବ ପ୍ରସାଦ ନାଥ, ପ୍ରବୀଣ କୁମାର ନାୟକ, କୁନୀ ଓଝା, ସଞ୍ଜୁଲତା ଦାସ୍‌, ବିଜୟ ବୋଇତେଇ, ପ୍ରଫୁଲ୍ଲ ଜେନା, ଶତ୍ରୁଘନ ମଳିକ, କବିତା ପାତ୍ର, ଲତା ଜେନା, ସୁନିତା ଦାସ ପ୍ରମୁଖ ବହୁ ହିତାଧିକାରୀ ଯୋଗଦେଇଥିଲେ। ଯାଜପୁର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗତ ଫେବୃୟାରୀ ୩୦ତାରିଖରେ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ହିତାଧିକାରୀଙ୍କ ଅର୍ଥ ପୈଠ ନିଷ୍ପତ୍ତି ନିଆଯାଇଥିଲା। ଶ୍ରମବିଭାଗ ଓ ବାଣିଜ୍ୟକର ବିଭାଗର ଟାଳଟୁଳ ନୀତିଯୋଗୁ ହିତାଧିକାରୀମାନେ ଅର୍ଥ ପାଇବା ପାଇଁ ବଞ୍ଚତ୍ତ ହେଉଥିବା ଧାରଣାରେ କୁହାଯାଇଛି। ଏ ଦିଗରେ ସମାଧାନ ନ ହେବା ପର୍ଯ୍ୟନ୍ତ ଗଣଧାରଣା ଚାଲୁରହିବ। ବୁଧୁବାର ନିର୍ମାଣ ଶ୍ରମିକମାନେ ଉପ ବାଣିଜ୍ୟକର ଆୟୋଗଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ନେଇ ଧାରଣାକାରୀ କହିଛନ୍ତି। ଏ ସମ୍ପର୍କରେ ଉପବାଣିଜ୍ୟକର ଆୟୋଗ ପୂର୍ଣ୍ଣଚନ୍ଦ୍ର ଯେନାଙ୍କୁ ପଚାରିବାରୁ, ନିର୍ମାଣ ଶ୍ରମକଙ୍କ ବିଲ୍‌ଗୁଡିକ ଯାଞ୍ଚ କରିବା ପାଇଁ ଶ୍ରମ ବିଭାଗ ବାଣିଜ୍ୟକର ବିଭାଗକୁ ପଠାଇଥିଲା। ଯାଜପୁର ଟାଉନ ୟୁନିଟି ବିଲ୍‌ଗୁଡିକୁ ଯାଞ୍ଚକରି ତ୍ରୁଟିପୂର୍ଣ୍ଣ ଦର୍ଶାଇ ଶ୍ରମବିଭାଗକୁ ପଠାଇଥିବାରୁ ଶ୍ରମବିଭାଗ ନିର୍ମାଣ ଶ୍ରମିକଙ୍କ ବିଲ୍‌ ଉପରେ ନିଷ୍ପତ୍ତି ନେବେ। ବାଣିଜ୍ୟକର ବିଭାଗ ଏ ଦିଗରେ କିଛି କରିପାରିବେ ନାହଁି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri