ନିରାକାରପୁର,୧୨ା୬(ଡି.ଏନ୍.ଏ.)-ଟ୍ରାକ୍ଟରରୁ ବାଲି ଅନ୍ଲୋଡ୍ କରୁଥିବା ସମୟରେ ମଙ୍ଗଳବାର ପୂର୍ବାହ୍ନ ୧୦.୩୦ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନନପଡା ଗ୍ରାମର ଅଭିମନ୍ୟୁ ପ୍ରଧାନ(୪୯) ା ସେ ସ୍ଥାନୀୟ ଆର୍ଡି କାର୍ଯ୍ୟାଳୟ ନିକଟରେ ରହୁଥିଲେ ା କାମ କରୁଥିବା ସମୟରେ ତାଙ୍କର ମୁଣ୍ଡ ବୁଲେଇ ଦେବାରୁ ସେ ତଳେ ବସି ଚେତା ହରାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ନିରାକାରପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ଗୁରୁତର ହେବାରୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ତେବେ ପରିବାର ପକ୍ଷରୁ ଏହାକୁ ଅଂଶୁଘାତଜନିତ ମୃତ୍ୟୁ ବୋଲି ଅଭିଯୋଗ କରାଯାଇଛି। ଅଭିମନ୍ୟୁଙ୍କ ସ୍ତ୍ରୀ ଲେଖନ ନିରାକାରପୁର ପୋଲିସ ଓ ରାଜସ୍ବ ନିରୀକ୍ଷକଙ୍କୁ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ସ୍ବାମୀ କାମ କରୁଥିବାବେଳେ ତଳେ ପଡ଼ି ବେହୋସ ହୋଇପଡ଼ିଥିଲେ। ପ୍ରଥମେ ନିରାକାରପୁର ଓ ପରେ ଖୋର୍ଦ୍ଧା ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ା ସନ୍ଧ୍ୟାରେ ଅଭିମନ୍ୟୁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଏ ନେଇ ପୋଲିସ ଏଏସ୍ଆଇ ଶରତ ଚନ୍ଦ୍ର ପାଇକରାୟ କହିଛନ୍ତି, ଅଭିଯୋଗ କ୍ରମେ କେସ୍ ନଂ ୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍ କରି କହିଲେ ଯଦି ତୁମେ…
ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...
ଆଇଏସ୍ପିଏଲ୍ ନିଲାମରେ ଓଡ଼ିଆ ପୁଅ ରାଜେଶ
ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...
ନନ୍ଦନକାନନ ଆସିଲେ ୧୯ ପଶୁପକ୍ଷୀ
ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ଶୁକ୍ରବାର ଭୋର୍ ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଦଳବଦଳ ପ୍ରକିୟାରେ ୧୯ ନୂଆ ଅତିଥି (ପଶୁପକ୍ଷୀ) ଆସି ପହଞ୍ଚିଛନ୍ତି। ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ...
KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ବର,୧।୧୨: ପୁଣି ଚର୍ଚ୍ଚାରେ KIIT ବିଶ୍ବବିଦ୍ୟାଳୟ। KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ସୋମବାର ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ର...
ଶିଶୁ ନିଖୋଜ : ଉଦ୍ଧାରରେ ସବୁଠୁ ପଛରେ ଓଡ଼ିଶା
ଭୁବନେଶ୍ୱର,୩୦ା୧୧ (ସତ୍ୟଜିତ ରାଉତ): ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ସ୍ଥିତି ଅତି ଖରାପ ରହିଛି। ନିକଟରେ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ...
ଓଡ଼ିଶାରେ ବଢ଼ିଛି ଶିଶୁ ନିଖୋଜ
ଭୁବନେଶ୍ୱର,୩୦ା୧୧ (ସତ୍ୟଜିତ ରାଉତ): ରାଜ୍ୟରେ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ହେଲେ ଏଥିରେ ସେତେମାତ୍ରାରେ ସଫଳତା ମିଳୁନାହିଁ।...
ଆୟୁଷ୍ମାନ ଆରୋଗ୍ୟ ଶିବିରରେ ରୋଗୀଙ୍କୁ ଏକ୍ସପାଏରୀ ବିସ୍କୁଟ ପ୍ରଦାନ
ବାଣପୁର,୨୭ା୧୧(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଚାଲିଥିବାବେଳେ ସରକାରଙ୍କ ନିୟମ ଅନୁସାରେ...
ପାହାଳ ରସଗୋଲାକୁ ନେଇ ଏମିତି କଥା କହିଦେଲେ କେନ୍ଦ୍ରମନ୍ତ୍ରୀ: ବାଟରେ…
ବାଲିଅନ୍ତା ୧୧। ୧୧ (ନୀଳମାଧବ ସାହୁ):କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୋମବାର ଓଡ଼ିଶା ବିଖ୍ୟାତ...
Archives


