ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍‌

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): କାର୍ଯ୍ୟ ଅନ୍ବେଷଣରେ ରାଜ୍ୟ ବାହାରକୁ ଓ ବିଦେଶକୁ ଯାଉଥିବା ଶ୍ରମିକମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ। ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିବେ। ସୋମବାର ଭୁବନେଶ୍ୱର ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗ ଦେଇ ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ଏହି ସୂଚନା ଦେଇଛନ୍ତି। ଅନେକ ସମୟରେ ଠିକାଦାରମାନେ ଗରିବ ଶ୍ରମିକମାନଙ୍କୁ ଲୋଭ ଦେଖାଇ ରାଜ୍ୟ ବାହାର ଓ ବିଦେଶକୁ ନେଇ ଯାଉଛନ୍ତି। ସେମାନଙ୍କୁ ପଞ୍ଜୀକୃତ କରାଯାଉ ନାହିଁ। ସେହି ଶ୍ରମିକମାନେ ଅସୁବିଧାର ସମ୍ମୁଖୀନ ହେଲେ ତାଙ୍କୁ ସୁରକ୍ଷା ଯୋଗାଇ ଦେବା କାଠିକର ପାଠ ହେଉଛି। ଏଣିକି ବିଦେଶକୁ ଯାଉଥିବା ଶ୍ରମିକମାନଙ୍କୁ ପଞ୍ଜୀକୃତ କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଓ ଭିଜା କାର୍ଯ୍ୟାଳୟ ସହ ବରାବର ଯୋଗାଯୋଗ ରକ୍ଷା କରାଯିବ। ବିଦେଶ ଯାଉଥିବା ଶ୍ରମିକମାନଙ୍କର ସମସ୍ତ ତଥ୍ୟ ରାଜ୍ୟ ଶ୍ରମ ବିଭାଗ ନିକଟରେ ରହିବ। ସେମାନେ କେଉଁ ଦେଶକୁ ଯାଉଛନ୍ତି। କାହା ସହିତ ଯାଉଛନ୍ତି। ସେମାନେ ପଞ୍ଜୀକୃତ କି ନାହିଁ ସେ ସମସ୍ତ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ଶ୍ରମ ବିଭାଗ ପକ୍ଷରୁ ସେସବୁର ନିୟମିତ ତଦାରଖ କରାଯିବ। ଏଥିସହିତ ଦେଶ ଭିତରେ ଥିବା ଶ୍ରମିକମାନଙ୍କୁ ସହାୟତା କରିବାକୁ ଆନ୍ଧ୍ରପ୍ରଦେଶ, କର୍ନାଟକ, ତେଲଙ୍ଗାନା ଓ ଦିଲ୍ଲୀରେ ୪ଟି ହେଲ୍‌ପ ଡେସ୍କ ରହିଥିବାବେଳେ କେରଳ ଓ ଗୁଜରାଟରେ ଆଉ ଦୁଇଟି ନୂତନ ହେଲ୍‌ପ ଡେସ୍କ ସ୍ଥାପନ କରାଯିବ। ଦିଲ୍ଲୀରେ ଥିବା ହେଲ୍‌ପ ଡେସ୍କକୁ ଆହୁରି ଆଧୁନିକୀକରଣ କରାଯିବ। ଏ ନେଇ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯିବ।
ରାଜ୍ୟରେ ଏବେ ସୁଦ୍ଧା ୨୯ ଲକ୍ଷ ୬୦ ହଜାର ପରିବାରର ୧ କୋଟି ଲୋକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜୀକୃତ କରାଯାଇଛି। ବୋର୍ଡ ଏ ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ୧୮୫୦ କୋଟି ଟଙ୍କା ସେସ୍‌ ଆଦାୟ କରିଛି। ସେଥିରୁ ୧୬୫୦ କୋଟି ଟଙ୍କା ଶ୍ରମିକମାନଙ୍କ ବିକାଶ ପାଇଁ ଖର୍ଚ୍ଚ କରାଯାଇଛି ବୋଲି ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ କହିଛନ୍ତି। ଶ୍ରମିକମାନଙ୍କ ବିକାଶକୁ ଦୁର୍ନୀତି ମୁକ୍ତ ଏବଂ ଉନ୍ନତ ଜ୍ଞାନ କୌଶଳ ଜରିଆରେ କରିବାକୁ ସମ୍ପୂର୍ଣ୍ଣ ଉଦ୍ୟମ କରାଯାଉଛି। ମଧ୍ୟସ୍ଥଙ୍କଠାରୁ କିପରି ଦୂରରେ ରହି ପାରିବେ ସେ ନେଇ ଶ୍ରମିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଶ୍ରମ ବିଭାଗକୁ ଆସନ୍ତା ୨୦୨୦ ଜାନୁୟାରୀ ମାସରେ ମୋ ସରକାର ପରିସର
ଶ୍ରମିକଙ୍କ…
ଭୁକ୍ତ କରାଯିବ। ଏଥିପାଇଁ ୧୫୦ ଜଣ ଅଧିକାରୀଙ୍କ ସହ ଦିନ ତମାମ ଆଲୋଚନା କରାଯାଇଛି ବୋଲି ସିଂ କହିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଅନୁଯାୟୀ କାର୍ଯ୍ୟ କରିବାକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ସଚିବ ଅନୁ ଗର୍ଗ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଶ୍ରମ କମିଶନର ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ମିଶ୍ର, ଯୁଗ୍ମ ସଚିବ ଲକ୍ଷ୍ମୀକାନ୍ତ ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରମିକ କଲ୍ୟାଣ ବୋର୍ଡ ୨୦୧୮-୧୯ର ବାର୍ଷିକ ବିବରଣୀକୁ ଉନ୍ମୋଚନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri