ଶ୍ମଶାନ ପାଖରୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ

ଜଟଣୀ,୩୦।୩(ଡି.ଏନ.ଏ): ମାସକ ତଳେ ନିଖୋଜ ଥିବା ଯୁବକଙ୍କ କଙ୍କାଳ ରବିବାର ନିଜ ଗ୍ରାମ ଶ୍ମଶାନ ନିକଟ ଏକ ନିକାଞ୍ଚନ ସ୍ଥାନରୁ ମିଳିଛି। ମୃତକ ହେଲେ ଜଟଣୀ ଥାନା ଅଧୀନ ପଦନପୁର ଗ୍ରାମର ଅଟୋଚାଳକ ଚନ୍ଦନ ଛୋଟରାୟ (ଦୀପୁନା)। ଚନ୍ଦନ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଥିବାବେଳେ କେହି ତାଙ୍କୁ ହତ୍ୟା କରିଥିବା ପରିବାରବର୍ଗ ସନ୍ଦେହ କରିଛନ୍ତି। ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ପୋଲିସକୁ ଗୁହାରି ଜଣାଇଛନ୍ତି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୮/୨୦) ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଗତ ଫେବୃୟାରୀ ୨୪ରେ ଚନ୍ଦନ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବଡଭାଇ ସୁକାନ୍ତ ଥାନାରେ ଅଭିଯୋଗ କରିଥିଲେ। ରବିବାର ସକାଳେ ଗ୍ରାମର କେତେଜଣ ଲୋକ ଗାଈ ଖୋଜିବାକୁ ଶ୍ମଶାନ ନିକଟକୁ ଯିବାବେଳେ ଏକ କଙ୍କାଳ ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ଖବରପାଇ ପୋଲିସ ଓ ଚନ୍ଦନଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ। କଙ୍କାଳ ପାଖରେ ଅଟୋ ଚାବି, ଚପଲ, ଗାମୁଛା, ଦାନାଦାର, ୩ଟି ପ୍ଲାଷ୍ଟିକ ଗ୍ଲାସ, ମାଂସ ବିହୀନ ଡାହାଣ ହାତରେ ଷ୍ଟିଲବଳା ଆଦି ପଡ଼ିଥିବା ଦେଖିତାହା ଚନ୍ଦନଙ୍କର ବୋଲି ସେମାନେ ଚିହ୍ନଟ କରିଥିଲେ। ଫଳରେ କଙ୍କାଳଟି ଚନ୍ଦନଙ୍କର ବୋଲି ଜଣାପଡ଼ିଥିଲା। ତେବେ ଏହାର ଅଧିକ ତଦନ୍ତ ପାଇଁ କଟକସ୍ଥିତ ଏଫ୍‌ଏମ୍‌ଟିକୁ ଜବତ କଙ୍କାଳକୁ ପୋଲିସ ପଠାଇଛି। ପରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରି ଫେରିଆସିଛନ୍ତି । କଙ୍କାଳ ନିକଟରେ ଦାନାଦାର ପଡ଼ିଥିବାରୁ ଗୋଟିଏ ପକ୍ଷରେ ପୋଲିସ ଏହାକୁ ଆତ୍ମହତ୍ୟା ସନ୍ଦେହ କରୁଛି । ଅପରପକ୍ଷରେ କଙ୍କାଳ ନିକଟରେ ୩ଟି ପ୍ଲାଷ୍ଟିକ ଗ୍ଲାସ ପଡ଼ିଥିବାରୁ ଅନ୍ୟ କେହି ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୫ଟି ସ୍ଥାନରେ ଚଢାଉ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri