ଶ୍ମଶାନ ପାଖରୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ

ଜଟଣୀ,୩୦।୩(ଡି.ଏନ.ଏ): ମାସକ ତଳେ ନିଖୋଜ ଥିବା ଯୁବକଙ୍କ କଙ୍କାଳ ରବିବାର ନିଜ ଗ୍ରାମ ଶ୍ମଶାନ ନିକଟ ଏକ ନିକାଞ୍ଚନ ସ୍ଥାନରୁ ମିଳିଛି। ମୃତକ ହେଲେ ଜଟଣୀ ଥାନା ଅଧୀନ ପଦନପୁର ଗ୍ରାମର ଅଟୋଚାଳକ ଚନ୍ଦନ ଛୋଟରାୟ (ଦୀପୁନା)। ଚନ୍ଦନ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଥିବାବେଳେ କେହି ତାଙ୍କୁ ହତ୍ୟା କରିଥିବା ପରିବାରବର୍ଗ ସନ୍ଦେହ କରିଛନ୍ତି। ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ପୋଲିସକୁ ଗୁହାରି ଜଣାଇଛନ୍ତି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୮/୨୦) ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଗତ ଫେବୃୟାରୀ ୨୪ରେ ଚନ୍ଦନ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବଡଭାଇ ସୁକାନ୍ତ ଥାନାରେ ଅଭିଯୋଗ କରିଥିଲେ। ରବିବାର ସକାଳେ ଗ୍ରାମର କେତେଜଣ ଲୋକ ଗାଈ ଖୋଜିବାକୁ ଶ୍ମଶାନ ନିକଟକୁ ଯିବାବେଳେ ଏକ କଙ୍କାଳ ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ଖବରପାଇ ପୋଲିସ ଓ ଚନ୍ଦନଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ। କଙ୍କାଳ ପାଖରେ ଅଟୋ ଚାବି, ଚପଲ, ଗାମୁଛା, ଦାନାଦାର, ୩ଟି ପ୍ଲାଷ୍ଟିକ ଗ୍ଲାସ, ମାଂସ ବିହୀନ ଡାହାଣ ହାତରେ ଷ୍ଟିଲବଳା ଆଦି ପଡ଼ିଥିବା ଦେଖିତାହା ଚନ୍ଦନଙ୍କର ବୋଲି ସେମାନେ ଚିହ୍ନଟ କରିଥିଲେ। ଫଳରେ କଙ୍କାଳଟି ଚନ୍ଦନଙ୍କର ବୋଲି ଜଣାପଡ଼ିଥିଲା। ତେବେ ଏହାର ଅଧିକ ତଦନ୍ତ ପାଇଁ କଟକସ୍ଥିତ ଏଫ୍‌ଏମ୍‌ଟିକୁ ଜବତ କଙ୍କାଳକୁ ପୋଲିସ ପଠାଇଛି। ପରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରି ଫେରିଆସିଛନ୍ତି । କଙ୍କାଳ ନିକଟରେ ଦାନାଦାର ପଡ଼ିଥିବାରୁ ଗୋଟିଏ ପକ୍ଷରେ ପୋଲିସ ଏହାକୁ ଆତ୍ମହତ୍ୟା ସନ୍ଦେହ କରୁଛି । ଅପରପକ୍ଷରେ କଙ୍କାଳ ନିକଟରେ ୩ଟି ପ୍ଲାଷ୍ଟିକ ଗ୍ଲାସ ପଡ଼ିଥିବାରୁ ଅନ୍ୟ କେହି ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri