ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ

ଢେଙ୍କାନାଳ ଅଫିସ, ୨୩।୩ – ସରିଛି ପ୍ରଚାର। ପ୍ରତିଶ୍ରୁତି ଦେଇ ଭୋଟରଙ୍କ ନିକଟତର ହୋଇଛନ୍ତି ନେତା। ଏବେ ଅପେକ୍ଷା ୨୪ ତାରିଖରେ ହେବାକୁ ଥିବା ମତଦାନକୁ। ମଙ୍ଗଳବାର ପ୍ରଚାରର ଶେଷ ଦିନରେ ଢେଙ୍କାନାଳ ପୌରାଞ୍ଚଳରେ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଉଭୟ ବିଜେଡି ଏବଂ ଭାଜପା। ପାରମ୍ପରିକ ବାଦ୍ୟ, ରୋଡ୍‌ ଶୋ’ରେ ସହର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।
ସହର ଉପକଣ୍ଠ କୋରିଅଁା ବାଇପାସ୍‌ଠାରୁ ଅପରାହ୍ନ ସାଢ଼େ ୩ଟାରେ ବିଜେଡିର ବିଶାଳ ଶୋଭାଯାତ୍ରା ବିଧାୟକ ସୁଧୀର କୁମାର ସାମଲଙ୍କ ନେତୃତ୍ୱରେ ବାହାରିଥିଲା। ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ସାମାଜିକ କର୍ମୀ ଗଙ୍ଗାଧର ସାମଲ, ଦୀପକ ମିଶ୍ର, ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ, ଇନ୍ଦ୍ରମଣି ବେହେରା, ନଗରପାଳ ପ୍ରାର୍ଥତ୍ନୀ ଅନିମା ନାୟକଙ୍କ ସମେତ ସମସ୍ତ ୨୩ ୱାର୍ଡର ଦଳୀୟ କାଉନ୍‌ସିଲର ପ୍ରାର୍ଥୀ ଏଥିରେ ସାମିଲ ହୋଇଥିଲେ। ଛାତ୍ର, ଯୁବ ଏବଂ ମହିଳା ସଙ୍ଗଠନର ହଜାର ହଜାର ସଂଖ୍ୟାରେ କର୍ମୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।
ସେହିପରି ଭାଜପା ପକ୍ଷରୁ ହାଟରୋଡ୍‌ଠାରୁ ଶୋଭାଯାତ୍ରା ବାହାରି କାଲଟାକ୍ସ, ବାଜିଚୌକ ଦେଇ ସହର ପରିକ୍ରମା କରି କୁଞ୍ଜକାନ୍ତ ପର୍ଯ୍ୟନ୍ତ ଯାଇଥିଲା। ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ଭୂଷଣ ପ୍ରଧାନ, ରାମଚନ୍ଦ୍ର ପାତ୍ର, ନବକିଶୋର ଗୁରୁ, ମାତୃପ୍ରସାଦ ନନ୍ଦ, ସୁନୀଲ ଶର୍ମା, ବିଷ୍ଣୁ ପ୍ରସାଦ ଲେଙ୍କାଙ୍କ ସମେତ ଭାଜପା ନଗରପାଳ ପ୍ରାର୍ଥତ୍ନୀ ଜୟନ୍ତୀ ପାତ୍ର, ସମସ୍ତ ୨୩ ଓ୍ବାର୍ଡର କାଉନ୍‌ସିଲର ପ୍ରାର୍ଥୀ, ଭାଜପା ସହିତ ଜଡ଼ିତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ। ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟଗ୍ରହଣ ହେବ। ୨୩ଟି ୱାର୍ଡରେ ମୋଟ ୫୧,୧୬୧ଜଣ ଭୋଟର ଥିବାବେଳେ ସେମାନଙ୍କ ଲାଗି ୫୩ ବୁଥ୍‌ କରାଯାଇଛି। ବୁଧବାର ପୋଲିଂ ପାର୍ଟି ବୁଥ୍‌କୁ ଯିବେ। ଏଥିଲାଗି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି।