ଶେରଗଡ଼ରେ ଲକ୍‌ଡାଉନ୍‌ ପ୍ରଭାବ: ପନିପରିବା ଦରବୃଦ୍ଧି, ଆଳୁ କହୁଛି ଛୁଉଁନା

ଶେରଗଡ଼,୨୬।୩(ଡି.ଏନ୍‌.ଏ.): ଶେରଗଡ଼ ବଜାରରେ କରୋନାକୁ ନେଇ କରାଯାଇଥିବା ଲକ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଛି। ବୁଧବାରଠାରୁ ପୋଲିସ କଡ଼ାକଡ଼ି ଭାବେ ଯାଞ୍ଚ କରୁଥିବା ବେଳେ ଅଞ୍ଚଳରେ କେବଳ ରାଶନ ଓ ପନିପରିବା ଦୋକାନ ୧୨ଟା ପର୍ଯ୍ୟନ୍ତ ଖୋଲା ରହୁଛି। ସେହି ସମୟ ମଧ୍ୟରେ ଶେରଗଡ଼ ବଜାରକୁ ପରିବା ମଧ୍ୟ ମୋଟେ ଆସୁନାହିଁ। ଯଦିଓ ଆସୁଛି ବ୍ୟବସାୟୀମାନେ ପ୍ରତ୍ୟେକ ପରିବା ଦାମ ୧୦ଟଙ୍କା ଲେଖାଏ ବୃଦ୍ଧି କରିଛନ୍ତି।

ଶେରଗଡ଼ ହେଉଛି ୫୦ଖଣ୍ଡ ଗ୍ରାମର ନିତିଦିନିଆ ବଜାର। ଏହି ବଜାରକୁ କୁଜୁରା, ପାଟପୁର, ଭୁଷୁଣ୍ଡା ସମେତ ବହୁ ଗ୍ରାମରୁ ବ୍ୟବସାୟୀ ମାନେ ପରିବା ଆଣିଥାନ୍ତି। ପରନ୍ତୁ ବିଶେଷକରି ଜୁରା ଅଞ୍ଚଳର ବହୁ ଉଠା ବ୍ୟବସାୟୀମାନେ ବହୁଳ ପରିମାଣରେ ପରିବା ଆଣିଥାନ୍ତି। ଫଳରେ ଶେରଗଡ଼ରେ ପରିବା ପ୍ରଚୁର ପରିମାଣରେ ଓ ସୁଲଭ ମୂଲ୍ୟରେ ମିଳୁଥିଲା। କରୋନା ପ୍ରଭାବରେ ଉକ୍ତ ଉଠା ବ୍ୟବସାୟୀମାନେ ପରିବା ଆଣୁ ନାହାନ୍ତି। ସେମାନଙ୍କୁ କୁଆଡେ ନିଜ ଗ୍ରାମପକ୍ଷରୁ ନ ବାହାରିବାକୁ ବାରଣ କରାଯାଇଛି। ଏଣୁ ସେମାନେ ଶେରଗଡ଼ ବଜାରକୁ ନ ଆସିବା ଫଳରେ ପୋଟଳ, ଭେଣ୍ଡି, ଅଳଡି, କଖାରୁ, ଲାଉ, ପଣସ,ଟମାଟୋ ସମେତ ଅନ୍ୟ ସମସ୍ତ ପରିବା କିଲୋ ପିଛା ୧୦ଟଙ୍କା ବୃଦ୍ଧି ହୋଇଛି। କରୋନା କଷାଘାତ ପରିବା ଯନ୍ତ୍ରଣା ଲୋକଙ୍କ ମୁଣ୍ଡବ୍ୟଥା ବଢ଼େଇ ଦେଇଛି। ଏ ଦିଗରେ ସ୍ଥାନୀୟ ପ୍ରଶାସନକୁ ବହୁବାର ଜଣା କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହୁଁ ବୋଲି ସାଧାରଣରେ ଦାବି ହେଉଛି। ସେହିପରି ଆଳୁ ଦର ମଧ୍ୟ ଦ୍ୱିଗୁଣିତ ହୋଇ ଯାଇଛି। ମଙ୍ଗଳବାର ଆଳୁ ୫୦ କିଗ୍ରାକୁ ୮୦୦ଟଙ୍କା ଥିବାବେଳେ ଗୁରୁବାର ବସ୍ତା ପ୍ରତି ୨୦୦ଟଙ୍କା ବଢି ୧୦୦୦ ଟଙ୍କାରେ ମିଳୁଛି। ଏଦିଗରେ ସ୍ଥାନୀୟ ଯୋଗାଣ ବିଭାଗ ଦୃଷ୍ଟି ଦେବା ସହ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଶେରଗଡ଼ ବ୍ଲକବାସୀ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?