Posted inଜାତୀୟ

ଶୁଭିବନି ଏମାନଙ୍କ ସ୍ବର

ନୂଆଦିଲ୍ଲୀ,୩୦ା୫(ଆଇଏଏନ୍‌ଏସ୍‌): ଭାରତର ନିର୍ବାଚନୀ ଇତିହାସରେ ବିଗତ ୩ ଦଶନ୍ଧି ଧରି ସେମାନେ ନିଜ ନିଜ ଦଳର ଦୃଢ଼ ସ୍ବର ପାଲଟିଥିଲେ। ନିଜ ନିର୍ବାଚନମଣ୍ଡଳୀ ତଥା ରାଜ୍ୟର ସ୍ବାର୍ଥ ପାଇଁ ସ୍ବର ଉଠାଉଥିଲେ। କିନ୍ତୁ ନରେନ୍ଦ୍ର ମୋଦି ସରକାରଙ୍କୁ ଏକ ନିର୍ଣ୍ଣାୟକ ଜନାଦେଶ ଦେଇଥିବା ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ପରେ ସପ୍ତଦଶ ଲୋକ ସଭାରେ ସେମାନଙ୍କ ସ୍ବର ଆଉ ଶୁଣିବାକୁ କି ମୁହଁ ଦେଖିବାକୁ ମିଳିବନି। ଜାତୀୟ ରାଜନୀତିକୁ ଏକାଧିକ ଦଶନ୍ଧି ଧରି ପ୍ରଭାବିତ କରିଆସିଥିବା ସେହି ପୁରୁଖା ନେତାଙ୍କ ମଧ୍ୟରେ ରହିଛନ୍ତି, ଭାଜପାର ଲାଲକୃଷ୍ଣ ଆଡ୍‌ଭାନୀ, ମୁରଲୀ ମନୋହର ଜୋଷୀ, ସୁମିତ୍ରା ମହାଜନ ଓ ହୁକୁମ ନାରାୟଣ ଯାଦବ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା, ଲୋକ ସଭାରେ କଂଗ୍ରେସର ପୂର୍ବତନ ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ ଉପନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଶାଣିତ ସ୍ବର ମଧ୍ୟ ଗୃହରେ ଆଉ ଶୁଭିବନାହିଁ। ବୟସ ଅଧିକ ହୋଇଥିବା ଦର୍ଶାଇ ବର୍ଷୀୟାନ ଭାଜପା ନେତାମାନଙ୍କୁ ନିର୍ବାଚନରେ ଟିକେଟ ଦିଆଯାଇ ନ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ଦେବେଗୌଡ଼ା, ଖାର୍ଗେ ଓ ସିନ୍ଧିଆ ନିଜ ନିଜ ସଂସଦୀୟ ଆସନରେ ପରାଜୟର ମୁହଁ ଦେଖିଛନ୍ତି।
ଲୋକ ସଭାର ବରିଷ୍ଠତମ ସଦସ୍ୟ ଥିଲେ ୯୧ ବର୍ଷୀୟ ଆଡଭାନୀ। ୧୯୯୧ରୁ ବିପୁଳ ଭୋଟ ବ୍ୟବଧାନରେ ଏହି ବର୍ଷିୟାନ ନେତା ଲଗାତର ୫ଥର ଗାନ୍ଧୀନଗର ଆସନରୁ ବିଜୟୀ ହୋଇଥିଲେ। ଆଡ୍‌ଭାନୀ ଏଥର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଲୋକ ସଭା ନିର୍ବାଚନ ଲଢ଼ିବାରେ ଜେଡିୟୁର ରାମ ସୁନ୍ଦର ଦାସ (ହାଜିପୁର,୨୦୦୯)ଙ୍କ ପରେ ସବୁଠୁ ବୟସ୍କ ନେତାର ମାନ୍ୟତା ପାଇଥାନ୍ତେ। ୧୯୯୦ ଦଶକରେ ରାମମନ୍ଦିର ଆନ୍ଦୋଳନ ଓ ରଥଯାତ୍ର୍ରା ପାଇଁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡ୍‌ଭାନୀ ମନେରହିବେ। ଆଡ୍‌ଭାନୀଙ୍କ ବ୍ୟତୀତ ଭାଜପାର ବରିଷ୍ଠ ନେତା ଜୋଷୀ, ମହାଜନ, ଶାନ୍ତାକୁମାର, କଲରାଜ ମିଶ୍ର ଓ ଭଗତ ସିଂ କୋଶୟାରୀ ମଧ୍ୟ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିନାହାନ୍ତି। ୨୦୧୪ରେ କାନପୁର ଆସନରେ ବିଜୟୀ ହୋଇଥିବା ଜୋଷୀ ୧୯୯୧ ଓ ୧୯୯୩ରେ ଭାଜପା ଅଧ୍ୟକ୍ଷ ଥିଲେ। ସେ ବାରାଣସୀରୁ ମଧ୍ୟ ପାର୍ଲାମେଣ୍ଟରେ ପ୍ରତିନିଧିତ୍ୱ କରୁଥିଲେ। ୨୦୧୪ରେ ବାରାଣସୀରେ ନରେନ୍ଦ୍ର ମୋଦିଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଜୋଷୀଙ୍କୁ କାନପୁରରେ ଟିକେଟ ଦିଆଯାଇଥିଲା। ସୁମିତ୍ରା ମହାଜନ ଷୋଡ଼ଶ ଲୋକ ସଭାରେ ବାଚସ୍ପତି ଥିଲେ। ଲୋକ ସଭାରେ ୮ ଥର ପ୍ରତିନିଧିତ୍ୱ କରିଥିବା ମହାଜନ ଏଥର ନିର୍ବାଚନ ଲଢ଼ିନାହାନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ଆସନରୁ ୧୯୮୯ରୁ ନିର୍ବାଚିତ ହୋଇଆସୁଥିବା ଏହି ନେତ୍ରୀ କେନ୍ଦ୍ରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିଲେ। ସେହିପରି ନିଜ ବାକ୍‌ଚାତୁରୀ ପାଇଁ ପରିଚିତ ହୁକୁମ୍‌ ନାରାୟଣ ଯାଦବ ୫ ଥର ଏମ୍‌ପି ହୋଇଥିଲେ। ସମାଜବାଦୀ ନେତା ଭାବେ ପରିଚିତ ହୁକୁମ୍‌ ୧୯୭୭ରେ ଲୋକ ସଭାରେ ପ୍ରବେଶ କରିଥିଲେ। ବିହାରର ମଧୁବନୀ ଆସନରୁ ସେ ଏଥର ନିର୍ବାଚନ ଲଢ଼ିନାହାନ୍ତି।
କର୍ନାଟକର ସ୍ବରକୁ ବିଗତ ୩ ଦଶନ୍ଧି ଧରି ଉଠାଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ପ୍ରଥମଥର ପାଇଁ ଲୋକ ସଭା ନିର୍ବାଚନ ହାରିଯାଇଛନ୍ତି। ଷଷ୍ଠଥର ପାଇଁ ବିଜୟ ଆଶା ବାନ୍ଧିଥିବା ଜେଡିଏସ୍‌ ଅଧ୍ୟକ୍ଷ ଦେବେଗୌଡ଼ାଙ୍କୁ ଟୁମୁକୁର ଆସନରେ ଭାଜପାର ଜି.ଏସ୍‌. ବାସବାରାଜୁ ପରାଜିତ କରିଛନ୍ତି। ମନମୋହନ ସିଂଙ୍କ ନେତୃତ୍ୱାଧୀନ ଉପା ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଏଥର କର୍ନାଟକର ଗୁଲବର୍ଗା ଆସନରେ ହାରିଯାଇଛନ୍ତି। ଭାଜପାର ଉମେଶ ଜି. ଯାଦବ ତଙ୍କୁ ୯୫,୪୫୨ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। କଂଗ୍ରେସର ଯୁବ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମଥର ପାଇଁ ନିଜ କ୍ୟାରିୟରରେ ପରାଜୟ ସ୍ବୀକାର କରିଛନ୍ତି। ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ସିନ୍ଧିଆଙ୍କୁ ଭାଜପାର କ୍ରିଷ୍ଣା ପାଲ ଯାଦବ ମଧ୍ୟପ୍ରଦେଶର ଗୁନା ଆସନରେ ହରାଇ ଦେଇଛନ୍ତି। ସେହିପରି କଂଗ୍ରେସର ତାରିକ୍‌ ଅନ୍‌ଓ୍ବର ତାଙ୍କ ପାରମ୍ପରିକ ଆସନ ବିହାରର କଟିହାରରୁ ପରାଜିତ ହୋଇଛନ୍ତି। ଶିବସେନାର ଅନନ୍ତ ଗୀତେଙ୍କୁ ସିପିଆଇଏମ୍‌ର ମହମ୍ମଦ ସଲିମ୍‌ ହରାଇଛନ୍ତି। ଅନେକ ହେଭିଓ୍ବେଟ୍‌ ପରାଜିତ ହୋଇଥିବାବେଳେ ୩୦୦ ନୂଆମୁହଁ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri