ଶୁଟିଂ ଚାଲିଛି ମନେ ମନେ ମନ ଖୋଜୁଥିଲା

ଦୁଇଟି ପରିବାର ଭିତରେ ଅହି-ନକୂଳ ସମ୍ପର୍କ। ହେଲେ ପ୍ରେମ ଏପରି ଏକ ଜିନିଷ ଯାହା କିଛି ଖାତିର କରେନା। ଅଭିମନ୍ୟୁଙ୍କ ପୁଅ ଓମ୍‌ ଏବଂ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ପ୍ରେମରେ ପଡିଯାଇଛନ୍ତି। ଦୁଇ ପରିବାର ଭିତରେ ଥିବା ଶତୃତାକୁ ସେମାନେ ଜାଣିଥିଲେ ମଧ୍ୟ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇଛନ୍ତି। ହେଲେ ଏପରି ପ୍ରେମର ଶେଷ ପରିଣତି କ’ଣ ହେଉଛି ତାହା ସିନେମାରେ ଦେଖିବାକୁ ପାଇବେ। ଅନନ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ନବାଗତା ପ୍ରଯୋଜିକା ପ୍ରଭାତୀ ଆଚାର୍ଯ୍ୟ। ଫିଲ୍ମର ଟାଇଟଲ ହେଲା ‘ମନେ ମନେ ମନ ଖୋଜୁଥିଲା’।ଏକ ଭିନ୍ନ ଧରଣର ଟିନ୍‌-ଏଜ୍‌ ପ୍ରେମ କାହାଣୀକୁ ନେଇ ଏହି ନୂଆ ଓଡ଼ିଆ ସିନେମା ନିର୍ମିତ ହେଉଛି। ବେଶ୍‌ କିଛି ବର୍ଷର ଗ୍ୟାପ୍‌ ପରେ ନିର୍ଦ୍ଦେଶକ ଏନ. ପାଢ଼ୀ ଉକ୍ତ ଫିଲ୍ମ ମାଧ୍ୟମରେ ପୁଣି ଥରେ ନିର୍ଦ୍ଦେଶନା ମଇଦାନକୁ ଓହ୍ଲାଉଛନ୍ତି। ଦୁର୍ଗା ଆଚାର୍ଯ୍ୟଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ଦୀପକ ଜେନା। ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ନବାଗତ ଏ. ଅଶୋକ କୁମାର। ଖାସ୍‌ କଥା ହେଲା ନବାଗତ ଓମ୍‌କାର ଏହି ଫିଲ୍ମରୁ ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରୁଛନ୍ତି। ତାଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି ଚୁଲବୁଲି ନମ୍ରତା ସିଂଦେଓ। ଏମାନଙ୍କ ବ୍ୟତୀତ ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡା, ଅଞ୍ଜନା ଦାସ, ବିଜୟ ବଳ, ରାଜ୍‌ ସୁରଜ ପୁରୋହିତ ଏବଂ ଆଲୋକ ସାମନ୍ତଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri