Posted inଜାତୀୟ

ଶୁଖୁନି ସିଏଏ କ୍ଷତ

ନୂଆଦିଲ୍ଲୀ,୨ା୩: ଠିକ୍‌ ସପ୍ତାହେ ତଳେ ଜାତୀୟ ରାଜଧାନୀର ଉତ୍ତର-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିଲା ହିଂସା। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଘଟିଥିଲା ସଂଘର୍ଷ। ଗତ ରବିବାର ଆରମ୍ଭ ହୋଇଥିବା ଏହି ହିଂସା କ୍ରମଶଃ ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା। ସୋମବାର ୪ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ସାତ ଦିନ ପରେ ଏହି ମୃତ୍ୟୁସଂଖ୍ୟା ୪୭କୁ ଛୁଇଁଛି। ଏହାସହ ୨୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଓ ଅନେକ ନିଖୋଜ ଅଛନ୍ତି। ଶବଗୃହ ବାହାରେ ଏବେ ମଧ୍ୟ ବହୁ ଲୋକ ନିଜ ଆମତ୍ୀୟସ୍ବଜନଙ୍କୁ ଅପେକ୍ଷା କରିଛନ୍ତି। ଦଙ୍ଗାକାରୀ ଭିଆଇଥିବା ଲୁଟ୍‌, ରାହାଜାନି, ଭଙ୍ଗାରୁଜା ଓ ଜଳାପୋଡ଼ାର କ୍ଷତ ସବୁଠି ବାରି ହୋଇଯାଉଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ବେଳେ ଦିଲ୍ଲୀରେ ଦଙ୍ଗା ହୋଇଥିଲା। ଏଥିରେ ସବୁଠୁ ବେଶି ପ୍ରଭାବିତ ହୋଇଛି ଜାଫରାବାଦ, ମୌଜପୁର, ବାବରପୁର, ଚାନ୍ଦବାଗ, ଶିବବିହାର, ଭଜନପୁରା, ଯମୁନା ବିହାର ଓ ମୁସ୍ତାଫାବାଦ ଅଞ୍ଚଳ। ଶନିବାର ସୁଦ୍ଧା ମୃତ୍ୟୁସଂଖ୍ୟା ୪୩ରେ ପହଞ୍ଚତ୍ଥିବାବେଳେ ରବିବାର ଏହି ଅଞ୍ଚଳରେ ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅପରାହ୍ନରେ ଗୋକଲପୁରୀର ଏକ କେନାଲରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଉ ଦୁଇଟି ମିଳିଛି ଭାଗୀରଥି ବିହାର କେନାଲରୁ। ସେହିପରି ଶିବବିହାରସ୍ଥିତ ଭଗିରଥ ଡ୍ରେନ୍‌ରୁ ରାତି ୮ଟା ୨୦ରେ ଆଉ ଜଣଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ତେବେ ସେଗୁଡ଼ିକୁ ଚିହ୍ନଟ କରାଯାଇ ପାରିନାହିଁ।
ଏହା ପୂର୍ବରୁ ଗୁରୁ ତେଗ୍‌ ବାହାଦୁର ହସ୍ପିଟାଲରେ ୩୮ ଓ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ଆଖିବୁଜି ଦେଇଥିଲେ। ଦିଲ୍ଲୀ ଦଙ୍ଗାକୁ ନେଇ ପୋଲିସ ୨୫୪ ଏଫ୍‌ଆଇଆର୍‌ କରିଥିବାବେଳେ ୯୦୩ ଜଣଙ୍କୁ ଗିରଫ କରିଛି କିମ୍ବା ଅଟକ ରଖିଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ୪୧ଟି ଏଫ୍‌ଆଇଆର୍‌ ହୋଇଛି। ସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବାରୁ ପୋଲିସକୁ ଆଉ ଦଙ୍ଗା ସମ୍ପର୍କିତ ଅଭିଯୋଗ ନେଇ ଫୋନ୍‌ କଲ ଆସୁ ନ ଥିବା ଜଣାପଡ଼ିଛି। କ୍ରାଇମ୍‌ବ୍ରାଞ୍ଚ ପୋଲିସର ଦୁଇଟି ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ବିଭିନ୍ନ ଅଞ୍ଚଳ ବୁଲି ତନାଘନା ଜାରି ରଖିଛନ୍ତି। ଦିଲ୍ଲୀରେ ଏବେ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ଏହାସହ ଷଡ଼ଯନ୍ତ୍ରକୁ ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବିଶ୍ୱାସଘାତକଙ୍କୁ ଗୁଳି ମାର ବୋଲି ସିଏଏ ବିପକ୍ଷବାଦୀଙ୍କ ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦୃଢ଼ ଭାବେ ଓକିଲାତି କରିଥିଲେ। କୋଲକାତାରେ ସିଏଏ ସପକ୍ଷରେ ଆୟୋଜିତ ସଭାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଭାଷଣ ଦେଉଥିବାବେଳେ ‘ଗୋଲି ମାରୋ’ ସ୍ଲୋଗାନ ଶୁଣିବାକୁ ମିଳିଛି। ସୋମବାର ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଶାହାଙ୍କ ଇସ୍ତଫା ଦାବି ଜୋର୍‌ ଧରିବା ସାଙ୍ଗକୁ ଦିଲ୍ଲୀ ଦଙ୍ଗା ପ୍ରମୁଖ ପ୍ରସଙ୍ଗ ହେବ ବୋଲି ବିରୋଧୀ ସୂତ୍ରରୁ ଜଣାପଡ଼ିଛି। ଆଧ୍ୟାମତ୍ିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ ପ୍ରତଷ୍ଠୋତା ଶ୍ରୀଶ୍ରୀ ରବିଶଙ୍କର ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୀଡ଼ିତମାନଙ୍କୁ ଭେଟିଛନ୍ତି। ହିଂସା ଭିଆଉଥିବା ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଦ୍ୱିପାକ୍ଷିକ ବୈଠକବେଳେ ବଡ଼ ପ୍ରତିଶ୍ରୁତି ଦେଲେ ଡୋନାଲ୍ଡ ଟ୍ରମ୍ପ: ମୋଦି ପିଏମ୍‌ ଥିବା ଯାଏ…ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୭।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ବୁଧବାର ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri