ଶିଶୁ ରେଳଗାଡ଼ି ଉଦ୍‌ଘାଟନ କଲେ ବିଧାୟକ

ଦାରିଙ୍ଗବାଡ଼ି,୧୬।୯(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ହିଲଭିୟୁ ପାର୍କ ପରିସରରେ ଥିବା ଶିଶୁ ରେଳଗାଡ଼ିକୁ ସୋମବାର ସନ୍ଧ୍ୟାରେ ଉଦ୍‌ଘାଟନ କରାଯାଇଛି ା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି ା ପ୍ରାୟ ୬ଲକ୍ଷ ଟଙ୍କା ବିନିମୟରେ ଏହା ନିର୍ମାଣ କରାଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବହୁମୁଖି ସମବାୟ ସମିତି ଅଧ୍ୟକ୍ଷ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ, ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଥିବା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ପାର୍କ ପରିଚାଳକ ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରେଳଗାଡ଼ି ପାଇଁ ସ୍ବତନ୍ତ୍ର ଟିକେଟ ବ୍ୟବସ୍ଥା କରାଯାଉଥିବା ଜାଗୃତି ସମ୍ପାଦକ ଦଣ୍ଡପାଟ କହିଛନ୍ତି ା