ଶିଶୁ ମୁକ୍ତାଶ୍ରୟ ପରିଦର୍ଶନ କଲେ ଏଡ଼ିଜେ

କେନ୍ଦୁଝର, ୨୪ା୪(ସ୍ବ.ପ୍ର.)-କେନ୍ଦୁଝର ବଣିଆପାଟ ଶିଶୁ ଅନୁଷ୍ଠାନ ମୁକ୍ତାଶ୍ରୟ କେନ୍ଦ୍ରକୁ ଅତିରକ୍ତ ଜିଲା ଦୌରାଜଜ୍‌(ଏଡିଜେ) ଲୋକନାଥ ସାହୁ ବୁଧବାର ପରିଦର୍ଶନ କରି ସେଠାରେ ରହୁଥିବା ପିଲାମାନଙ୍କର ସମ୍ପର୍କରେ ଯାଞ୍ଚ କରିଛନ୍ତି। ଲକଡାଉନ ସମୟରେ ଅନୁଷ୍ଠାନ ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ବେଳେ ସେ କେନ୍ଦ୍ରରେ ଅବସ୍ଥାପିତ ହେଇଥିବା ୭ଜଣ ବାଳିକାଙ୍କ ସମେତ ୧୨ଜଣ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ବ୍ୟକ୍ତିଗତ ପରିଚ୍ଛନ୍ନତା, ଦୈନନ୍ଦିନ ଖାଦ୍ୟ ଆଦି ବିଷୟରେ ପଚାରି ବୁଝିଥିଲେ। ପିଲାମାନଙ୍କୁ କିଭଳି ବିଭିନ୍ନ ସୃଜନାତ୍ମକ ଓ ଶିକ୍ଷଣୀୟ କାର୍ଯ୍ୟରେ ନିୟୋଜିତ କରାଯାଉଛି ସେ ବିଷୟରେ ଅନୁଷ୍ଠାନର ସମ୍ପାଦକ ବିପ୍ଳବ ମିଶ୍ର ଓ ମୁକ୍ତାଶ୍ରୟ କେନ୍ଦ୍ରର ସଂଯୋଜକ ସରୋଜ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ଶିଶୁମାନଙ୍କୁ ଜୀବନକୌଶଳ ତାଲିମ, ଏକକ ଅଭିନୟ, ଯୋଗ, ସୃଜନାତ୍ମକ ଶିକ୍ଷା, ଚିତ୍ରାଙ୍କନ, ଗଳ୍ପ, ପ୍ରଶ୍ନୋତ୍ତର ପ୍ରତିଯୋଗିତା, ନୃତ୍ୟ ଓ ସଙ୍ଗୀତ, ଆତ୍ମରକ୍ଷା ତାଲିମ ଏଂ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଉଛି ସେନେଇ ଅବଗତ କରାଯାଇଥିଲା। ।