ଶିଶୁ କେତେ ସୁରକ୍ଷିତ

ଘାସିରାମ ପଣ୍ଡା

ନାବାଳିକା ପରୀର ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନରେ ଅବହେଳାକୁ ନେଇ ରାଜ୍ୟରେ ଆନ୍ଦୋଳନ ସରଗରମ ହୋଇଛି। ସେହି ଏକା ସମୟରେ ବରଗଡ ଜିଲାରେ ନୂଆଁ ଗୁଡେଶିରାର ଲୋକେ ମଧ୍ୟ ଜଣେ ନାବାଳିକାଙ୍କ ବଳାତ୍କାର, ବାଲ୍ୟ ବିବାହ ଓ ପରେ ହତ୍ୟା ଘଟଣା ପାଇଁ ଜିଲାପାଳଙ୍କ ପାଖରେ ନ୍ୟାୟ ମାଗୁଛନ୍ତି। ଝିଅଟି ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲେ। କୋଭିଡ୍‌ ଯୋଗୁ ଛୁଟି ହେଲା ପରେ ସେ ଘରକୁ ଫେରି ଆସିଥିଲେ। ବାପା ମା’ ନ ଥିବା ଏହି ଝିଅଟି କକା ଖୁଡୀ ଓ ଆଈ ପାଖରେ ରହୁଥିଲେ। ଛୁଟି ସମୟରେ ସେହି ଗାଁରେ ଝିଅଟି ବଳାକତ୍ାର ଶିକାର ହେଲା ପରେ ତାଙ୍କୁ ମାତ୍ର ଚଉଦ ବର୍ଷ ବୟସରେ ଆଉ ଜଣକୁ ବିବାହ କରି ଦିଆଗଲା। ଏବେ କିଛିଦିନ ତଳେ ତାଙ୍କୁ ବିଷ ଦେଇ ମାରିଦେବାର ଅଭିଯୋଗ ଆସିଥିଲେ ହେଁ ପୋଲିସ ତପତ୍ରତା ପ୍ରକାଶ ନ କରିବାରୁ ଗ୍ରାମବାସୀ ଆନ୍ଦୋଳନର ବାଟ ବାଛିଛନ୍ତି।
ପ୍ରତ୍ୟେକ ଶିଶୁର ଜୀବନ ସମାନ ମୂଲ୍ୟ ରଖେ। ହେଲେ ବରଗଡର ଏହି ଘଟଣାଟି ବିଧାନସଭାର ଆଲୋଚନା ପର୍ଯ୍ୟନ୍ତ ଆସିପାରିଲାନାହିଁ। ପରୀ ଘଟଣାରେ ବିଧାନସଭା ଚାଲୁଥିବା ବେଳେ ପରୀର ମାତାପିତା ଆତ୍ମାହୁତି ଦେବାର ପ୍ରୟାସ ପାଇଁ ହୁଏତ ଏହା ବେଶି ଚର୍ଚ୍ଚାକୁ ଆସିଛି। ଏଣୁ ନିର୍ଦ୍ଦିଷ୍ଟ ଘଟଣା ଓ ବ୍ୟକ୍ତି ଆଧାରରେ ଆଲୋଚନା ଅପେକ୍ଷା ବିଧାନସଭାରେ ଏହାକୁ ଭିତ୍ତିକରି ଶିଶୁ ସୁରକ୍ଷା ବିଷୟ ଆଧାରିତ ଚର୍ଚ୍ଚା ହେଲେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଶିଶୁଙ୍କ ପ୍ରତି ରାଜନୈତିକ ଉତ୍ତରଦାୟିତ୍ୱ ବୃଦ୍ଧି ପାଇବ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ୨୦୧୯ରେ ୩୧୫୧ ଓ ୨୦୧୮ରେ ୨୩୫୨ ଜଣ ଶିଶୁଙ୍କର ପତ୍ତା ମିଳିପାରିନାହିଁ। ହଜିଥିବା ଶିଶୁମାନଙ୍କୁ ଖୋଜି ପାଇବାରେ ସାରା ଭାରତରେ ଆମେ ସବୁଠୁ ପଛରେ ଅଛୁ। କେରଳ ଭଳି ରାଜ୍ୟରେ ହଜିଯାଇଥିବା ଶିଶୁଙ୍କ ମଧ୍ୟରୁ ୯୪ ଭାଗଙ୍କୁ ଉଦ୍ଧାର କରାଯାଇ ପାରୁଥିଲେ ହେଁ ଓଡ଼ିଶାରେ ଏହା ମାତ୍ର ୨୭.୧ ପ୍ରତିଶତ। କେବଳ ଏତିକି ନୁହେଁ। ଶିଶୁମାନଙ୍କୁ ନେଇ ହେଉଥିବା ପ୍ରନୋଗ୍ରାଫି ଘଟଣାରେ ଆମ ରାଜ୍ୟରେ ସବୁଠୁ ଅଧିକ ଅଭିଯୋଗ ଦାଏର ହୋଇଛି। ରାଜ୍ୟର ଆଠଟି ଜିଲାରେ ବାଲ୍ୟ ବିବାହ ଜାତୀୟ ହାରଠୁ ଊର୍ଦ୍ଧ୍ୱରେ। କେତେ ପିଲା ଶିଶୁ ଶ୍ରମିକ ହେଲେଣି ତା’ର ତଥ୍ୟ ନାହିଁ।
ପରୀର ଶବ ଯେପରି ଭାବରେ ମିଳିଛି ସେଥିରୁ ଘଟଣାର ବୀଭତ୍ସତାକୁ ଅନୁଭବ କରାଯାଇ ପାରୁଛି। ହେଲେ ଏ ହଜିଯାଇଥିବା ୫୫୦୩ ପିଲାଙ୍କର ସ୍ଥିତି ଯେ ପରୀଠୁ ବି ଆହୁରି ଭୟଙ୍କର ହୋଇ ନ ଥିବ ଏକଥା କିଏ କହିବ। ପରୀକୁ ନ୍ୟାୟ ଦେବାପାଇଁ ସ୍ବର ଉତ୍ତୋଳନ କରୁଥିବା ନେତାମାନଙ୍କ ନିର୍ବାଚନମଣ୍ଡଳୀରୁ ମଧ୍ୟ ଏହି ନିରୁଦ୍ଦିଷ୍ଟ ଶିଶୁମାନଙ୍କ ଭିତରୁ ଅନେକେ ଅଛନ୍ତି। ପରୀ ପାଇଁ ସ୍ବର ଉତ୍ତୋଳନ ସହିତ ଏହି ୫୫୦୩ ନିଖୋଜଙ୍କୁ ଠାବ କରିବା ଲାଗି ନିଜ ଅଞ୍ଚଳର ପୋଲିସ ଉପରେ ନିର୍ବାଚିତ ଲୋକ ପ୍ରତିନିଧିମାନେ ଚାପ ପକାଇଲେ କାହାରି ବାପା ମା’ଙ୍କୁ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ପଡ଼ିବ ନାହିଁ।
ଘଟଣା ଘଟିଗଲା ପରେ ଅବହେଳା ପାଇଁ ବ୍ୟବସ୍ଥା ଉପରେ ବେଶି ଚାପ ପଡ଼େ। ହେଲେ ଶିଶୁଙ୍କ ଅଧିକାରର ସୁରକ୍ଷା ଲାଗି ଉଦ୍ଦିଷ୍ଟ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ସୁଦୃଢ କରାଯାଇ ପାରିଲେ ଏଭଳି ଘଟଣାକୁ ରୋକାଯାଇପାରିବ। ଶିଶୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରତି ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲାରେ ଶିଶୁ ଅଧିକାର ସୁରକ୍ଷା କମିଟି ରହିଛି। ବିପଦସଙ୍କୁଳ ଶିଶୁଙ୍କୁ ଚିହ୍ନଟ କରିବା, ଶିଶୁ ଅଧିକାରକୁ ନିଶ୍ଚିତ କରିବା ଏମାନଙ୍କର ଦାୟିତ୍ୱ। ସହରାଞ୍ଚଳରେ ବି ଶିଶୁମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏଭଳି ବ୍ୟବସ୍ଥା ଏଯାଏ ହୋଇପାରି ନାହିଁ। ସହରାଞ୍ଚଳରେ ୱାର୍ଡ ସ୍ତରରେ ଏଭଳି କମିଟି ଗଠନ ପାଇଁ ଦାବି କରାଯିବା ସହ ବିଭିନ୍ନ ସ୍ତରରେ ପୂର୍ବ ଗଠିତ କମିଟିକୁ କାର୍ଯ୍ୟକ୍ଷମ କରିବାରେ ପ୍ରତ୍ୟକ୍ଷ ଭୂମିକା ନେବାର ଆବଶ୍ୟକତା ରହିଛି। ଜିଲା ସ୍ତରରେ ଶିଶୁଙ୍କ ସୁରକ୍ଷା ପାଇଁ ଶିଶୁ ସୁରକ୍ଷା କମିଟି ସମେତ ବାଲ୍ୟ ବିବାହ ନିଷେଧ ଓ ଶିଶୁ ଶ୍ରମିକ ନିରାକରଣ ପାଇଁ ମଧ୍ୟ କମିଟି ରହିଛି। ଏ ସବୁରେ ଜିଲାପାଳ ଅଧ୍ୟକ୍ଷତା କରନ୍ତି। ଶିଶୁଙ୍କ କଥାକୁ ଅଗ୍ରାଧିକାର ଦିଆଯାଉ ନ ଥିବାରୁ ଏହି କମିଟିଗୁଡିକର ବୈଠକ ହୋଇପାରେ ନାହିଁ। ଫଳରେ ଜିଲାରେ ଅନେକ ଅଘଟଣ ହେଉଥିଲେ ବି କଥା ପଛକୁ ଚାଲିଯାଏ। କଦବା କ୍ୱଚିତ ପରୀ ଘଟଣା ଭଳି ଏହା ବିଧାନସଭାକୁ ସରଗରମ କରେ। ତିନିମାସରେ ଦିନଟିଏ ପିଲାଙ୍କ ଦିନ ଭାବି ଜିଲାପାଳମାନେ ଏହିସବୁ କମିଟିର ବୈଠକ ଯଦି ସେହି ଗୋଟିଏ ଦିନରେ ସବୁସ୍ତରରେ କରିବେ ତେବେ ବିଭିନ୍ନ ବିଭାଗ ଭିତରେ ସମନ୍ବୟ ବଢିବା ସହ ଜିଲାରେ ଶିଶୁଙ୍କୁ ଅଗ୍ରାଧିକାର ମିଳିବ। ନିର୍ବାଚିତ ଲୋକ ପ୍ରତିନିଧିମାନେ ଏହାକୁ ସୁନିଶ୍ଚିତ କରିବା ସହ ଏଥିରେ ଭାଗନେଲେ ବିଷୟର ଗୁରୁତ୍ୱକୁ ସମସ୍ତେ ଅନୁଭବ କରିବେ। ସେମାନେ ନିଜ ନିର୍ବାଚନମଣ୍ଡଳୀରେ ବିକାଶ କାମର ତଦାରଖ ପାଇଁ ଯେମିିତି ନିଜ ପ୍ରତିନିଧି ନିଯୁକ୍ତ କରନ୍ତି ସେମିତି ପ୍ରତ୍ୟେକ ପଞ୍ଚାୟତରୁ ଜଣେ ଶିଶୁ ପ୍ରତିନିଧିଙ୍କୁ ଚୟନକରି ଶାସନ ପ୍ରକ୍ରିୟାରେ ଭାଗୀଦାରି କଲେ ଶିଶୁ ଅଧିକାର ସୁନିଶ୍ଚିତ କରିବାରେ ଏହା ନୂତନ ଦିଗବାରେଣୀ ହେବ।
ସୁବର୍ଣ୍ଣପୁର, ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri