ଶିଶୁପୁତ୍ରଙ୍କୁ ଘରେ ତାଲା ପକାଇ ପଳାଇଲେ ମା’, ଉଦ୍ଧାର କଲା ଚାଇଲ୍ଡଲାଇନ୍‌

କଟକ ଅଫିସ,୨୭।୬: କଟକ ଜିଲା ବିଡ଼ାନାସୀ ଥାନା ଅଧୀନରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବନ୍ଦ ଘରୁ ୪ ବର୍ଷର ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ତେବେ ଶିଶୁଙ୍କୁ ଘରେ ଭିତରେ ରଖି ବାହାରୁ ତାଲା ପକାଇ ମା’ କେଉଁଆଡେ ଚାଲିଯାଇଥିବା ଜଣାପଡ଼ିଛି।

ଶିଶୁଜଣଙ୍କ ବିଷୟରେ ଖବର ପାଇ ଚାଇଲ୍ଡ ଲାଇନ୍‌, ଜିଲା ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ଉକ୍ତ ଘରର ତାଲା ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା। ଶେଷରେ ତାଲା ଭାଙ୍ଗିବା ପରେ ଶିଶୁଟି ଘର ବାହାରକୁ ଧାଇଁ ଆସିଥିଲେ। ତେବେ ଭୟଭୀତ ଅବସ୍ଥାରେ ଥିବା ଶିଶୁଙ୍କୁ କର୍ମକର୍ତ୍ତାମାନେ ଉଦ୍ଧାର କରିଥିଲେ। ତାଙ୍କୁ ଏବେ ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଯାଇଥିବା ଜଣାପଡ଼ିଛି।