ଶିଶୁଗୃହରେ ଦୀପାବଳି ପାଳିଲେ ଜିଲାପାଳ

ଢେଙ୍କାନାଳ ଅଫିସ୍‌, ୨୭ା୧୦- ସଦର ବ୍ଲକ ଗୋବିନ୍ଦପୁରଠାରେ ଥିବା ମହର୍ଷି ଦୟାନନ୍ଦ ଶିଶୁଗୃହରେ ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଦୀପାବଳି ପାଳନ କରିଛନ୍ତି। ଛୋଟ ପିଲା, ପରିବାର ଛାଡି ରହୁଥିବା ମହିଳା, ପୁରୁଷ, ଅସହାୟା ବୃଦ୍ଧା, ବୃଦ୍ଧଙ୍କ ସହ ଜିଲାପାଳ ଦୀପାବଳି ପାଳିଛନ୍ତି। ଏହି ଅବସରରେ ସମସ୍ତଙ୍କୁ ମିଷ୍ଟାନ୍ନ ବାଣ୍ଟିଛନ୍ତି।