Categories: ଜାତୀୟ

ଶିମ୍‌ଲା ରାଜିନାମା କ’ଣ

ନୂଆଦିଲ୍ଲୀ,୧୦ା୮: ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଂଲାଦେଶ ମୁକ୍ତି ଯୁଦ୍ଧ ହୋଇଥିଲା। ଏହାର ପରିଣାମ ସ୍ବରୂପ ପୂର୍ବ ପାକିସ୍ତାନ ନାମରେ ପରିଚିତ ବାଂଲାଦେଶ ପାକିସ୍ତାନ ଭୂଖଣ୍ଡରୁ ଅଲଗା ହୋଇଥିଲା। ଭାରତ ସହାୟତାରେ ବାଂଲାଦେଶ ଏକ ନୂଆ ରାଷ୍ଟ୍ର ଭାବେ ଉଭା ହୋଇଥିଲା। ଏଥିଯୋଗୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହାକୁ ନେଇ ଦୁଇଦେଶରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ୧୯୭୨ ଜୁଲାଇ ୨ ରାତି ୧୨ଟା ୪୦ ମିନିଟରେ ହିମାଚଳ ପ୍ରଦେଶ ରାଜଧାନୀ ଶିମ୍‌ଲାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଏହା ‘ଶିମ୍‌ଲା ରାଜିନାମା’ ନାମରେ ପରିଚିତ। ଦୁଇଦେଶ ନିଜ ନିଜ ମଧ୍ୟରେ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବେ ବୋଲି ଏଥିରେ ସହମତି ପ୍ରକାଶ କରିଥିଲେ। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜୁଲ୍‌ଫିକର ଅଲି ଭୁଟ୍ଟୋଙ୍କ ଦ୍ୱାରା ସ୍ବାକ୍ଷରିତ ଉକ୍ତ ରାଜିନାମାକୁ ସେହିବର୍ଷ ଉଭୟ ଭାରତ ଓ ପାକିସ୍ତାନ ପାର୍ଲାମେଣ୍ଟର ଅନୁମୋଦନ ମିଳିଥିଲା। ଜମ୍ମୁ-କଶ୍ମୀର ସମସ୍ୟା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ ତୃତୀୟ ପକ୍ଷର କିଛି ଭୂମିକା ନାହିଁ। ଜାତିସଂଘର ଚାର୍ଟର ଅନୁସାରେ ଜମ୍ମୁ-କଶ୍ମୀରର ଚୂଡ଼ାନ୍ତ ସ୍ଥିତି ନିର୍ଣ୍ଣୟ କରାଯିବ ବୋଲି ଏହି ରାଜିନାମାରେ ସର୍ତ୍ତ ରହିଛି।

Share