Categories: ଜାତୀୟ

ଶିବାଜୀଙ୍କ ରାଜସଭା ଭଳି ହେବ ଉଦ୍ଧବଙ୍କ ଶପଥ ଗ୍ରହଣ ପେଣ୍ଡାଲ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା ଏବେ ଇତିହାସ ରଚିବାକୁ ଯାଉଛି। ପ୍ରଥମ କରି ଠାକରେ ପରିବାରର ସଦସ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ସନ୍ଧ୍ୟାରେ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବ ଲାଗି ସଜେଇ ହେଉଛି ଶିବାଜୀ ପାର୍କ। ତେବେ ଯେଉଁ ମଞ୍ଚରେ ଉଦ୍ଧବ ଶପଥ ନେବେ ତାହା ସବୁଠାରୁ ନିଆରା ହେବ ବୋଲି ଜଣାପଡିଛି। ଛତ୍ରପତି ଶିବାଜୀ ମହାରାଜ ଯେଭଳି ଭାବେ ଶପଥ ନେଇଥିଲେ ସେହିଭଳି ଭାବେ ଅବା ତାଙ୍କ ରାଜସଭା ଭଳି ଉଦ୍ଧବଙ୍କ ଶପଥ ଗ୍ରହଣ ପେଣ୍ଡାଲ ହେବ ବୋଲି କୁହାଯାଉଛି। ଏହି ମଞ୍ଚରେ ରାଜମୁଦ୍ରାବି ଦେଖିବାକୁ ମିଳିପାରେ। ତେବେ ଏହି ମଞ୍ଚକୁ ସଜାଉଥିବା ନୀତୀନ ଦେଶାଇ ବଲିଉଡର ବହୁ ଐତିହାସିକ ସେଟ୍‌ ଡିଜାଇନ୍‌ କରିଥିବା କୁହାଯାଏ। ଏଥିରେ ମହାରାଷ୍ଟ୍ରର କିଲା, ରାଜ୍ୟର ଐତିହାସିକ ଗଡକୁ ସ୍ଥାନିତ କରାଯିବ ବୋଲି ନୀତୀନ କହିଛନ୍ତି।

Share