Categories: ଜାତୀୟ

ଶିବସେନା-ଭାଜପା ଗଠନ କରନ୍ତୁ ସରକାର: ପାଓ୍ବାର

ମୁମ୍ବାଇ,୬।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଙ୍କକଷା ଛିଡୁନି। ଏପରିସ୍ଥଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଶିବସେନା-ଭାଜପା ସରକାର ଗଠନ କରନ୍ତୁ। ଏନ୍‌ସିପି ବିରୋଧୀ ଆସନରେ ବସିବ। ଶିବସେନା ପ୍ରବକ୍ତା ସଞ୍ଜୟ ରାଉତଙ୍କୁ ଭେଟିବା ପରେ ପାଓ୍ବାର ଏଭଳି ସୂଚନା ଦେଇଛନ୍ତି। ପାଓ୍ବାରଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଭାଜପା ପାଖରେ ୧୦୫ ବିଧାୟକ ଥିବାବେଳେ ଶିବସେନା ନିକଟରେ ୫୬ ଜଣ ବିଧାୟକ ରହିଛନ୍ତି। ଦୁଇ ଦଳ ମେଣ୍ଟ କଲେ ବିଧାୟକଙ୍କ ସଂଖ୍ୟା ୧୬୧ ହେବ। ଏହା ଦ୍ୱାରା ସହଜରେ ଆବଶ୍ୟକ କୁହୁକ ସଂଖ୍ୟା ୧୪୫ ହାସଲ ହୋଇ ପାରିବ।

Share