Posted inଜାତୀୟ

ଶିବସେନା ଦାବି ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ/ମୁମ୍ବାଇ,୧୪ା୧୧(ପି.ଟି.): ୫୦:୫୦ ସୂତ୍ରରେ ମୁଖ୍ୟମନ୍ତ୍ରୀ ପଦବୀ ଭାଗବଣ୍ଟା ସମେତ ଶିବସେନାର ଅନ୍ୟ ଦାବିଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ ସଙ୍କଟକୁ ନେଇ ବୁଧବାର ପ୍ରଥମଥର ପାଇଁ ମୁହଁ ଖୋଲି ଏପରି ସ୍ପଷ୍ଟବାଣୀ ଶୁଣାଇଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ସେହିପରି ରାଷ୍ଟ୍ରପତି ଶାସନକୁ ନେଇ ଭାଜପାକୁ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ଟାର୍ଗେଟ କରୁଥିବାବେଳେ ଶାହ ଟୁଇଟରରେ ଏହାର ଜବାବ ରଖିଛନ୍ତି। ରାଷ୍ଟ୍ରପତି ଶାସନକୁ ସାମ୍ବିଧାନିକ ଓ ଯୁକ୍ତିଯୁକ୍ତ ଦର୍ଶାଇ ଏହାକୁ ନେଇ ବିରୋଧୀ ରାଜନୀତି କରୁଥିବା ସେ ସମାଲୋଚନା କରିଛନ୍ତି।
ସ୍ବରାଷ୍ଟ୍ରମନ୍ତ୍ରୀ ଶାହ କହିଛନ୍ତି, ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ସପକ୍ଷରେ ସେ ନାହାନ୍ତି। ଏବେ ସବୁ ଦଳ ପାଖରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ସରକାର ଗଠନ ଲାଗି ୬ ମାସ ସମୟ ରହିଛି। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଭାଜପା ସହିତ ଚୁକ୍ତି ହୋଇଥିବା ନେଇ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହୁଛନ୍ତି, ଯାହାକି ଭୁଲ କଥା। ଗୈରିକ ମେଣ୍ଟ କ୍ଷମତାସୀନ ହେଲେ ଦେବେନ୍ଦ୍ର ଫଡ୍‌ନବିସ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ ଓ ସେ ନିଜେ ଅନୂ୍ୟନ ୧୦୦ ଥର ପୂର୍ବରୁ ସାଧାରଣରେ ପ୍ରକାଶ କରିଥିଲେ। ଶିବସେନା ସେତେବେଳେ ଚୁପ୍‌ ରହିଥିଲା। ଏବେ କାହିଁକି ମୁଖ୍ୟମନ୍ତ୍ରୀ ପଦ ଉପରେ ଦାବି ଉଠାଉଛି। ଆମେ ଜନାଦେଶ ପାଇଛୁ। କିନ୍ତୁ ଆମ ସହଯୋଗୀ ଏବେ ଏପରି ଦାବି କରୁଛି, ଯାହାକି ଆମ ପାଇଁ ଗ୍ରହଣୀୟ ନୁହେଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଅଧିକ ସମୟ ଦେଲେନାହିଁ ବୋଲି ତାଙ୍କ ବିରୋଧରେ ସୁପ୍ରିମକୋର୍ଟ ନ ଯିବା ପାଇଁ ଶିବସେନା ବୁଧବାର ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜ୍ୟରେ ରାଜନୈତିକ ସ୍ଥିତି ବଦଳିଥିବାରୁ ଦଳ ପିଟିଶନ ଦାଖଲ କରିବାକୁ ଚାହୁଁ ନ ଥିବା ଶିବସେନା ଓକିଲ ସୁନୀଲ ଫର୍ନାଣ୍ଡେଜ୍‌ କହିଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ୍‌ ସୁସ୍ଥ ହୋଇ ମୁମ୍ବାଇର ଲୀଳାବତୀ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ରାଜସ୍ଥାନର ଜୟପୁରସ୍ଥିତ ଏକ ହୋଟେଲରେ ଥିବା କଂଗ୍ରେସର ୪୪ ବିଧାୟକ ମହାରାଷ୍ଟ୍ରକୁ ବାହୁଡ଼ିଛନ୍ତି। ଶିବସେନା ସହ ମିଶି ସରକାର ଗଠନ ପାଇଁ ସେମାନେ ଦଳୀୟ ହାଇକମାଣ୍ଡଙ୍କୁ ଜଣାଇଦେଇଥିବା କହିଛନ୍ତି। କଂଗ୍ରେସ ନେତାଙ୍କ ସହ ମିଶି ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମ୍‌ପି) ଚୂଡ଼ାନ୍ତ କରିବା ଲାଗି ହେବାକୁ ଥିବା ମିଳିତ ବୈଠକକୁ ବାତିଲ କରାଯାଇଥିତ୍ବା ଏନ୍‌ସିପି ନେତା ଅଜିତ ପାଓ୍ବାର ସୂଚନା ଦେଇଛନ୍ତି। ଭାଜପାର ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ଗୁରୁବାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri