ଶିକ୍‌ଲା ବଁଧା ଜୀବନ୍‌ ଘଟନା: ସନିକଟ୍‌କେ ଉଧାର କଲା ପରଶାସନ

ବିଜେପୁର, ୮।୮ (ଡି.ଏନ୍‌.ଏ):  ବରଗଡ଼ ଜିଲା ଟି.ଗଣ୍ଡପାଲି ପଁଚେତ୍‌ ସଦର ଗାଁ ର ସନିକଟ୍‌ ସାହୁ(୪୮) ଗଲା ୪ ବଛର ହେଲା ଶିଁକ୍‌ଲା ବଁଧା ଜୀବନ୍‌ ବିତଉଥିଲେ। ଇ ବାବ୍‌ଦେ ଗଲା ମଙ୍ଗଲବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ସନିକଟ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଘଟ୍‌ନାକେ ଗୁରୁତ୍‌ ଦେଇଥିଲା ଜିଲା ପରଶାସନ। ଜିଲାପାଲ ଇନ୍ଦ୍ରମଣି ତ୍ରିପାଠୀକଁର ପରାମଶ୍‌ରେ ଜିଲା ସୁଆସ୍‌ତିଅ ଅଧ୍‌କାରୀକଁର ନିରଦେଶରେ ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କରମ୍‌ଚାରୀମାନେ ବୁଧୁବାର ଟି.ଗଣ୍ଡପାଲିରୁ ସନିକଟକେ ଉଧାର କରିଥିଲେ। ଚିକିଛା ଲାଗି ସନିକଟ୍‌କୁଁ ବୁର୍ଲା ଡାକ୍‌ତରଖାନାର ମାନସିକ୍‌ ରୋଗ୍‌ ବିଭାଗର ୧୧ ନମର ଓ୍ବାର୍ଡରେ ଭରତି କରାଯାଇଥିବାର ଜନାପଡ଼ିଛେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ଶାନ୍ତନୁ ସାହୁକଁର ଦେଖ୍‌ରେଖ୍‌ଥି ଚିକିଛା ଦଲ ବୁଧୁବାର ବେଲାକେ ଟି.ଗଣ୍ଡପାଲି ଯାଇଥିଲେ। ଡା.ସାହୁ ସନିକଟର ଦିହିପା ଯଁାଚ୍‌ କଲା ଉତାରୁ ଫାର୍ମାସିଷ୍ଟ ବିଜେତା ମିଶ୍ର ତାକର ପରିବାର ଲୁକ୍‌କର ସଂଗେ ବୁର୍ଲା ଡାକ୍‌ତରଖାନା ଯାଇଥିଲେ।
ପୂରବର ସୂଚନା ଅନ୍‌ସାରେ ଦିନ୍‌ଥିଲା ସନିକଟ ବାହା ଜାଂଗଲ ମାଜି ସାତ୍‌ ପରାନୀ କୁଟୁମ୍‌ ପୁଷୁଥିଲେ। ହେଲେ ଆଏଜ୍‌କେ ୧୫ ବଛର୍‌ ତଲେ ସନିକଟ୍‌ର ଦିହିପା ବନେ ବିଗଡି ଗଲା। ଏନ୍‌ତାଥି କମିହା ପୁଓକେ ଭଲ କରବାକେ ବାପ୍‌ ମୂରଲି ସାହୁ ମାଗିଯାଚି ତାହାକୁ ବୁର୍ଲା ଡାକ୍‌ତରଖାନା ନେଲେ। ଡାକ୍‌ତର କହେବାର ହିସାବେ ସନିକଟ୍‌ ମାନସିକ୍‌ ରୋଗ୍‌ରେ ପୀଡ଼ିତ ଅଛନ୍‌। ଉଷୋକଷା କରି ଭଲ କରବାକେ ହେଲେ ଉଚ ଧରନ୍‌ର ଚିକିଛା ଦରକାର। ହେଲେ ଟଁକା ପଏସା ଅଭାବୁ ମୂରଲି ମୁଡ଼କାନ ସୁଅଁାଲି ପୁଓକେ ଧରି ଘରକେ ଫିରିଆଏଲେ। ଦିନୁ ଦିନ୍‌କେ ସନିକଟ୍‌ର ଆଚାର ବେଭାର, ଚାଲିଚଲନ ବଦଲି ଗଲା, ଘରୁ ଯହିଁତହିଁ ପଲେଇ ବସଲେ। ଏନ୍‌ତାଥି ପରିବାର ଲୋକ୍‌ ଉପେ ଶୂଇନ୍‌ ହେଇ ସନିକଟ୍‌ର ଗୁଟେ ଲୁହା ଶିଁକ୍‌ଲା ବଁାଧିଦେଲେ। ଆଏଜ୍‌କେ ୪ ବଛର ହେଲା ଶନିକଟ୍‌ ଶିଁକ୍‌ଲା ବଁଧା ଜୀବନ୍‌ ବିତଉଥିଲେ। ହେଲେ ଇ ବାବ୍‌ଦେ ଧରିତ୍ରୀରେ ଖବର ବାହାରଲା ଉତାରୁ ପରଶାସନ ଘଟନାକେ ଗୁରୁତ୍‌ ଦେଇ ସନିକଟ୍‌କେ ଉଧାର କରି ଚିକିଛା ଲାଗି ବୁର୍ଲା ଡାକ୍‌ତରଖାନାରେ ଭରତି କରିଛେ। ଟି.ଗଣ୍ଡପାଲିବାସୀ ପରଶାସନର ଇ ମହତ୍‌ କାଯ୍‌କେ ଗୁରୁଦୁ ପରଶଁସା କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri