ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ କରିବ କୁଇ ସମାଜ

ଫୁଲବାଣୀ ଅଫିସ,୨୯ା୮-କନ୍ଧମାଳ ଜିଲା କ.ନୁଆଗାଁ ବ୍ଲକ କୁଡୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟ ଆଦିବାସୀ ମହିଳା ଶିକ୍ଷୟିତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନଶିକ୍ଷକ, ଅନ୍ୟ ୩ ଜଣ ସହକାରୀ ଶିକ୍ଷକ ନିର୍ଯାତନା ଦେବା ଘଟଣାକୁ ନେଇ ଏବେ ଜିଲାରେ ଚର୍ଚ୍ଚା ଜୋର ଧରିଛି ା ଆସନ୍ତା ୨ ତାରିଖ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଚାକିରିରୁ ନିଳମ୍ବିତ କରା ନ ଗଲେ କୁଇ ସମାଜ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୁଧବାର କୁଇ ସମାଜ ସମନ୍ବୟ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମିତି ସମ୍ପାଦକ ଲମ୍ବୋଦର କହଁର ଚେତାବନୀ ଦେଇଛନ୍ତି ା ଶିକ୍ଷୟିତ୍ରୀଙ୍କୁ ଖାଲି ଦୁର୍ବ୍ୟବହାର ନୁହେଁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି ା ଥାନାରେ ଅଭିଯୋଗ ହେଲା ପରେ ବି ପୋଲିସ ଚୁପ୍‌ ବସିଛି ା ଅଭିଯୋଗର ୪ ଦିନ ପରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଉନାହିଁ ା ଆମେ ଚୁପ୍‌ ବସିବୁ ନାହିଁ ା ପୋଲିସ ଏବଂ ଶିକ୍ଷା ବିଭାଗ ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଅନ୍ୟ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ା ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମିତିର ଫିରିଙ୍ଗିଆ ବ୍ଲକ ସଭାପତି ରାଜେନ୍ଦ୍ର କହଁର, ଉପ ସଭାପତି ଡ୍ରାଇଭର କହଁର, ନିଗମାନନ୍ଦ କହଁର, ପ୍ରଦୀପ କହଁର, ତୁଷାର କହଁର, ବିବଚ୍ଛ କହଁର, ପ୍ରମୋଦ ପ୍ରଧାନ, ମେରଗୁ ମଲ୍ଲିକ, ଉଦ୍ଧବ ମଲ୍ଲିକ, ସିନାଲା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, କୁଡ଼ୁତୁଲି ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ଜୁଲାଇ ୧୮ ତାରିଖରେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ କାନ୍ଦୁଥିବା ଦେଖି ଅନ୍ୟ ଜଣେ ଶିକ୍ଷୟିତ୍ରୀ କାରଣ ପଚାରିଥିଲେ। ପ୍ରଧାନଶିକ୍ଷକ ତାଙ୍କୁ ଅସଦବ୍ୟବହାର ପ୍ରଦର୍ଶନ କରିଥିବା ସେ କହିଥିଲେ। ପରେ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ଅନ୍ୟ ଜଣେ ଶିକ୍ଷକ ଗୀତାଞ୍ଜଳୀଙ୍କ ସହ କଥା ହେଉଥିବା ଶିକ୍ଷୟିତ୍ରୀ ଜଣକଙ୍କୁ ଅଫିସ ରୁମକୁ ଡାକି ତାଗିଦ କରିଥିଲେ। ଏ ନେଇ ଗୀତାଞ୍ଜଳି ଜିଲା ଶିକ୍ଷାଧିକାରୀଙ୍କ ପାଖକୁ ଯାଇ ପ୍ରଧାନଶିକ୍ଷକ ଓ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଥିଲେ। ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଉପସ୍ଥିତିରେ ଗୀତାଞ୍ଜଳିକୁ ଧମକ ଦେଇ ମୋର କିଛି ଅସୁବିଧା ନାହିଁ। ଯଦି ଚାହିଁବି ତେବେ ତୁମକୁ ଚାକିରିରୁ ବହିଷ୍କାର କରିବି ବୋଲି କହିଥିଲେ ା ଏ ନେଇ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ ା ଏସ୍‌ସି/ଏସଟି ପ୍ରିଭେନସନ ଆକ୍ଟ ଏବଂ ଆଇପିସି ଧାରା ଅନୁସାରେ ନଂ.୪୮/୧୯ରେ ମାମଲା ରୁଜୁ ହୋଇଛି। ଡିଏସ୍‌ପି ଏସ.କେ.ରାୟଙ୍କୁ ଏସ୍‌ପି ପ୍ରତୀକ ସିଂ ଏହାର ତଦନ୍ତ ଭାର ଦେଇଛନ୍ତି।