ଶିକ୍ଷାର୍ଥୀ, ଶିକ୍ଷାୟତନ ଓ ର଼୍ୟାଗିଂ

ପ୍ରଦୀପ୍ତ ନାୟକ

ଶିକ୍ଷାନୁଷ୍ଠାନର ଅନ୍ୟନାମ ବିଦ୍ୟାମନ୍ଦିର, ଯେଉଁଠାରେ ମାତାପିତାଙ୍କର ଯୋଗ୍ୟ ସନ୍ତାନ ତଥା ଦେଶର ସୁନାଗରିକ ତିଆରି ହୁଅନ୍ତି। ଏଣୁ ଏହାକୁ ମଣିଷ ତିଆରି କାରଖାନା ମଧ୍ୟ କୁହାଯାଏ। ଜାତି, ଧର୍ମ, ବର୍ଣ୍ଣ, ରଙ୍ଗ, ଆଞ୍ଚଳିକତା ଓ ଧନୀ-ନିର୍ଦ୍ଧନ ନିର୍ବିଶେଷରେ ଏଠାରେ ଛାତ୍ରୀଛାତ୍ରମାନେ ଅଧ୍ୟୟନ କରନ୍ତି। ମାତାପିତା ତଥା ଅଭିଭାବକମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ନିଜ ପେଟରୁ କାଟି ପିଲାମାନଙ୍କୁ ଯୋଗ୍ୟ ମଣିଷ କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପଠାଇଥାନ୍ତି। ସେଠାରେ ଥିବା ଶିକ୍ଷକ, ଅଧ୍ୟାପକମାନେ ପିଲାମାନଙ୍କୁ ପାଠ୍ୟପୁସ୍ତକ ବିଷୟରେ ଚର୍ଚ୍ଚା କରିବାଠାରୁ ଆରମ୍ଭ କରି ସମାଜସେବା ତଥା ଦେଶ ଶାସନ ପର୍ଯ୍ୟନ୍ତ ଶିକ୍ଷାଦାନ କରନ୍ତି। ଛାତ୍ରୀଛାତ୍ରମାନେ କିଭଳି ସୁନାଗରିକ ହେବେ, ସେଥିପାଇଁ ଚେଷ୍ଟା କରନ୍ତି। ତେଣୁ କୁହାଯାଏ ଶିକ୍ଷୟିତ୍ରୀଶିକ୍ଷକ ହେଉଛନ୍ତି ଛାତ୍ରୀଛାତ୍ରଙ୍କର ଦ୍ୱିତୀୟ ମାତାପିତା। ମାତ୍ର ବ୍ୟତିକ୍ରମ କେଉଁଠାରେ ରହିଲା ଯେ, ପିଲାମାନେ ବେଳେବେଳେ ହିଂସ୍ର ହୋଇପଡ଼ନ୍ତି ଏବଂ ର଼୍ୟାଗିଂ ଭଳି ସାମାଜିକ ଅପରାଧମାନ ଶ୍ରେଣୀଗୃହ, ଛାତ୍ରାବାସ କିମ୍ବା ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ କରନ୍ତି।
ଅନେକ ସମୟରେ ରାଜନୈତିକ ହିଂସା, ପ୍ରେମଜନିତ ଗୋଷ୍ଠୀଗତ ହିଂସା ସଂଗଠିତ ହୁଏ, ମାତ୍ର ଏହାକୁ ର଼୍ୟାଗିଂ କୁହାଯାଏ ନାହିଁ। ଉପରୋକ୍ତ ହିଂସାକାଣ୍ଡ ପାଇଁ ବାହାର ବ୍ୟକ୍ତି ବା ଘଟଣା ଜଡ଼ିତ ଥାଏ। ମାତ୍ର ର଼୍ୟାଗିଂ ସାଧାରଣତଃ ବରିଷ୍ଠ ଛାତ୍ରୀଛାତ୍ରଙ୍କ ଦ୍ୱାରା କନିଷ୍ଠଙ୍କ ଉପରେ ହୋଇଥାଏ। ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନରେ ବରିଷ୍ଠ ଛାତ୍ରୀଛାତ୍ର କନିଷ୍ଠଙ୍କୁ ସ୍ବାଗତ କରିବା ଆଳରେ ସେମାନଙ୍କ ଉପରେ ଅତ୍ୟାଚାର କରିଥାନ୍ତି। ଆମକୁ ର଼୍ୟାଗିଂ କରାଯାଇଛି ମାନେ ଆମେ ର଼୍ୟାଗିଂ କରିବୁ, ଏହା ହିଁ ହେଉଛି ମତଲବ। ଏହା ସମ୍ପୂର୍ଣ୍ଣ ଅମାନବିକ, ବେଆଇନ ଓ ଆପରାଧିକ କାର୍ଯ୍ୟ, ଯାହାର ସଦ୍ୟତମ ଉଦାହରଣ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଘଟିଥିଲା। ଗତ ଅଗଷ୍ଟ ୨୧ ତାରିଖରେ ବରିଷ୍ଠ ଛାତ୍ରମାନଙ୍କ ଦ୍ୱାରା ସଂଘଟିତ ଜଘନ୍ୟ କାଣ୍ଡରେ ପ୍ରଥମ ବର୍ଷର ୫୦ରୁ ଅଧିକ ଛାତ୍ର ନିର୍ଯାତିତ ହୋଇଥିଲେ। ବରିଷ୍ଠ ଛାତ୍ରମାନେ ଅତ୍ୟନ୍ତ ଲଜ୍ଜାଜନକ ଭାବେ କନିଷ୍ଠମାନଙ୍କୁ ଚଡ଼ି ପିନ୍ଧାଇ ଅର୍ଦ୍ଧନଗ୍ନ ଭାବେ ନଚାଇଥିଲେ, ପିଟିଥିଲେ ଓ ଦ୍ୱିତୀୟ ମହଲା ଛାତରୁ ଶିଡ଼ିଦେଇ ତଳକୁ ଦୌଡ଼ାଇଥିଲେ। ଭଦ୍ର ସମାଜର କୌଣସି ବ୍ୟକ୍ତି ଏହା ଚିନ୍ତା କରିପାରିବେ ନାହିଁ।
ବୁର୍ଲା ଇଞ୍ଜିନିୟରିଂ କଲେଜ ଭଳି ସ୍ବନାମଧନ୍ୟ ଅନୁଷ୍ଠାନରେ ପଢୁଥିବା ତଥାକଥିତ ମେଧାବୀ ଛାତ୍ରମାନେ ଘଟାଇଥିବା ଏହି ଆପରାଧିକ କାଣ୍ଡ ସମସ୍ତ ନୀତିନିୟମ ଓ ଶୃଙ୍ଖଳାକୁ ଜଳାଞ୍ଜଳି ଦେଇ ପ୍ରତିବର୍ଷ ଭଳି ଚଳିତବର୍ଷ ଆୟୋଜିତ ହୋଇଥିଲା। ପ୍ରତିବର୍ଷ ଏପରି ଘଟୁଥିଲେ ମଧ୍ୟ ଏହାକୁ ବନ୍ଦ କରାଗଲା ନାହିଁ କାହିଁକି? ଯେଉଁ ଶିକ୍ଷାନୁଷ୍ଠାନରେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ସହିତ ଘନିଷ୍ଠ ଭାବେ ରହିଥାନ୍ତି, ସେଠି ର଼୍ୟାଗିଂ ହୋଇଥିବା ନଜିର ନାହିଁ। ବୁଦ୍ଧିଜୀବୀ ଓ ମାତାପିତାମାନେ ଏ ଦିଗ ପ୍ରତି ତୀକ୍ଷ୍ଣ ନଜର ଦେବା ଉଚିତ। ଆମ ସମାଜର ନୂତନ ପିଢି, ଯେଉଁମାନେ ଦେଶକୁ ନୂଆକରି ନିର୍ମାଣ କରିବେ, ସେମାନଙ୍କର ଗତି କୁଆଡ଼େ? କେବଳ ବୁର୍ଲା ନୁହେଁ, ରାଜ୍ୟ ତଥା ଦେଶର ଅନେକ ବୈଷୟିକ ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ଏପରି ଘଟଣାମାନ ଘଟୁଛି, ଯାହାକୁ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରୁ ଆରମ୍ଭକରି ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟ, ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ ଏବଂ ରାଜ୍ୟ ସରକାର ବିଭିନ୍ନ ସମୟରେ ଅନୁଶାସନ ଜାରି କରିଛନ୍ତି। ତାହା ପାଣିରେ ଗାର ହୋଇଛି।
ର଼୍ୟାଗିଂ ଭଳି ଜଘନ୍ୟ ପ୍ରଥାକୁ ବନ୍ଦ କରିବା ପାଇଁ ବସିଥିବା ରାଘବନ କମିଟିର ନିର୍ଦ୍ଧାରଣ ଓ ପରାମର୍ଶ ଆଧାରରେ କେତେଗୁଡ଼ିଏ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ କାଉନସେଲିଂ ସେଲ୍‌ ଗଠନ କରିବା ଓ ପରିଚାଳନା କରିବା, ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହ, ଛାତ୍ରାବାସ, ପାଇଖାନା, ଖେଳପଡ଼ିଆ, ଜିମ୍‌ଖାନା, କନ୍‌ଭେନଶନ ଇତ୍ୟାଦି ପ୍ରତ୍ୟେକ ସ୍ଥାନରେ ସିସି ଟିଭି ଲଗାଇବା ଓ ରୀତିମତ ନଜର ରଖିବା, ଶିକ୍ଷାବର୍ଷର ବିଭିନ୍ନ ସମୟରେ ସମସ୍ତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ, ଅଧିବେଶନମାନ ଆୟୋଜନ କରିବା, ଯେଉଁଥିରେ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ସମସ୍ତ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀ ଭାଗନେବେ। ଯେକୌଣସି ପ୍ରକାର ଆପରାଧିକ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ ବ୍ୟବସ୍ଥା ପ୍ରଚଳନ କରିବା ଦରକାର, ଯାହା ନାମଲେଖା ସମୟରେ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇ ଦିଆଯିବା ଉଚିତ। କୌଣସି ପ୍ରକାର ଥଟ୍ଟା, ପରିହାସ ତଥା କୌତୁକପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ନ ଦେବା ଏବଂ ସେଥିପ୍ରତି ଅନୁଷ୍ଠାନର ପ୍ରତ୍ୟେକ ଶିକ୍ଷକ, କର୍ମଚାରୀ ଓ ପ୍ରଶାସନିକ ଅଧିକାରୀମାନେ ଯନତ୍ବାନ ହେବା ଜରୁରୀ। ଶିକ୍ଷାନୁଷ୍ଠାନରେ ଗୁରୁତ୍ୱପୂର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ନେଇ ର଼୍ୟାଗିଂକୁ ବିରୋଧ କରିବା ନିମନ୍ତେ ଦଳ ଗଠନ କରି ଦାୟିତ୍ୱ ନ୍ୟସ୍ତ କରିବା ସହିତ ଅଭିଭାବକମାନଙ୍କୁ ବିଶେଷ ଭାବରେ ଅବଗତ କରାଇବା ଇତ୍ୟାଦି କେତେକ ପଦକ୍ଷେପ ନିଆଗଲେ ନିଶ୍ଚିତ ଭାବରେ ର଼୍ୟାଗିଂ ବନ୍ଦ ହୋଇପାରିବ।
ଟିକରପଡ଼ା, କାକଟପୁର, ପୁରୀ, ମୋ- ୯୪୩୭୦୫୩୩୨୯


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri