ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦାନ

ବାହାନଗା, ୩୦ା୪(ଡି.ଏନ.ଏ.)-ବାହାନଗା ବ୍ଲକର ସମସ୍ତ ଶିକ୍ଷକ ସଂଘ ପକ୍ଷରୁ କୋଭିଡି-୧୯ର ସଫଳ ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଅର୍ଥ ଦାନ କରିଛନ୍ତି । ବ୍ଲକର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଶିକ୍ଷାସହାୟକ ସଂଘର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନେ କିଛି କିଛି ଅର୍ଥ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୨ଲକ୍ଷ ୩୦ ହଜାର ଟଙ୍କାର ଡିମାଣ୍ଡ ଡ୍ରାଫ୍‌ ପ୍ରଦାନ କରିଛନ୍ତି। ସଂଘର ସଦସ୍ୟ ଓ କର୍ମକର୍ତ୍ତାମାନେ ବାହାନଗା ବ୍ଲକ ପରିସରରେ ସଦର ଉପଜିଲାପାଳ ନୀଲୁ ମହାପାତ୍ରଙ୍କୁ ବାହାନଗା ବିଡିଓ ରଘୁନାଥ ପାଣିଗ୍ରାହୀଙ୍କ ମାଧ୍ୟମରେ ଗୋଷ୍ଠୀ ଶିକ୍ଷାଧିକାରିଣୀ ଶୁଭଲକ୍ଷ୍ମୀ ନାୟକ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରାଯାଇଥିଲା। ତାହା ପ୍ରଦାନ କରିବା ସମୟରେ ସଂଘର ଜଳଧର ମହାଳିକ, ଇନ୍ଦ୍ରଜିତ ସାହୁ, ଶଶୀକାନ୍ତ ମହାପାତ୍ର, ବଳଭଦ୍ର ମିଶ୍ର, ଦେବବ୍ରତ ଦାସ, ଏମ୍‌ଡି ତସଲିମ୍‌ ଆରିଫ୍‌, ପ୍ରତାପ କୁମାର ଦାସ, ମୁକ୍ତିକାନ୍ତ ଶିଅଳ, ମାନସ କୁମାର ଦାସ, ରବୀନ୍ଦ୍ର କୁମାର ମଲ୍ଲିକ୍‌, ଅଲେଖ ମହାଳିକ, ଚନ୍ଦ୍ରଶେଖର ଦାସ, ଅରୁଣ କୁମାର ମହାନ୍ତି, ସୁଦର୍ଶନ ପାଣିଗ୍ରାହୀ, ମନୋଜ କୁମାର ସାମଲ, ବିବେକାନନ୍ଦ ସାହୁ, ପ୍ରଦୀପ କୁମାର ବିଶ୍ୱାଳ ପ୍ରମୁଖ ଶିକ୍ଷକ ନେତା ଉପସ୍ଥିତ ଥିଲେ ।