Categories: ଗଞ୍ଜାମ

ଶିକାରୀଙ୍କ ବିଦ୍ୟୁତ୍‌ ତାର ଲାଗି ଜଣେ ମୃତ

କବିସୂର୍ଯ୍ୟନଗର,୨୪ା୮-କବିସୂର୍ଯ୍ୟନଗର ଥାନା ଦୋରାବଗଡ଼ ଗାଁରେ ଗୁରୁବାର ବିଳମ୍ବିତ ରାତିିରେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଜଣେ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଭାଇ ଗୁରୁତର ହୋଇଛି। ମୃତକ ହେଲେ ଏନ୍‌. ନରସିଂହ ଦୋରା ଓ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଦୋରାବଗଡ଼ ଅଞ୍ଚଳରେ ବାରହା ଉପଦ୍ରବ ରହିଛି । ବାରହା ଶିକାର ପାଇଁ କେହି ଦୁର୍ବୃତ୍ତ ବିଦ୍ୟୁତ୍‌ ତାର ବିଛାଇଥିଲେ। ବିଳମ୍ବିତ ରାତି ଯାଏ ଛେଳି ଘରକୁ ଫେରି ନ ଥିବାରୁ ନରସିଂହ ତାଙ୍କ ଭାଇଙ୍କ ସହ ଛେଳି ସନ୍ଧାନରେ ଯାଇଥିଲେ। ଏହି ସମୟରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ନରସିଂହଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଶିକାରୀଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି।