ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ଟୁନୁରାମ

ସିନାପାଲି, ୧।୧୧(ଡି.ଏନ୍‌.ଏ.)- ସରକାର ମାନସିକ୍‌ ରୁଗୀକର ଚିକିଛା ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ୍‌ ଜାଗାରେ ସଚେତନତା ଅଭାବୁ ଗରିବ୍‌ଦୁଖି ସରକାରକଁର ଇ ସୁବିଧା ସୁଯୋଗ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସିନାପାଲି ବ୍ଲକ ଝାରବନ୍ଧ ଗଁାର ବୃନ୍ଦାବାହାଲ ପଡ଼ାରେ।
ସୂଚନା ଅନ୍‌ସାରେ ଝାରବନ୍ଧ ଗଁା ବୃନ୍ଦାବାହାଲ ପଡ଼ାର ପୀତାମ୍ବର ମାଝି(୫୨) ଆର ଗୋମତୀ ମାଝି(୫୦)କଁର ୩ ଝି’ରେ ଗୁଟେ ପୁଓ। ପରିବାରଟା ନିହାତି ଗରିବ୍‌, ପୀତାମ୍ବର ଚାଷ୍‌ବାସ୍‌, କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ହେଲେ ଗୁଟେ ବଲି ପୁଓ ଟୁନୁରାମ(୧୫)କଁର ଚିକିଛା ଚିନ୍‌ତା ତାହାକୁ ଖାଇଯାଉଛେ। ଟୁନୁରାମ ଛୁଆବେଲେ ଠିକ୍‌ଠାକ୍‌ ଥିଲେ। ସେ ଗଁା ସ୍କୁଲରେ ୪ର୍ଥ ଶ୍ରେଣୀ ତକ୍‌ ପଢ଼ଲା ଉତାରୁ ପଢ଼ା ଛାଡ଼ିଦେଲେ। ମା’ବାପ୍‌କେ କାମ୍‌ବୁତାରେ ସାହାଯ୍‌ କରୁଥିଲେ। ହେଲେ କେହେନ୍‌ସି କରନ୍‌ରୁ ସେ ତାକର ମାନ୍‌ସିକ ସଁତୁଲନ ହରେଇ ଦେଲେ। ପରିବାର ଲୋକ୍‌ ଆସର ପାସର ଡାକ୍‌ତରଖାନାରେ ଚିକିଛା କରାବାର ସଂଗେ ଚେରମୂଲି ଉଷୋକଷା କରି ନିରାଶ ହେଲେ। ଇଆଡ଼େ ଚିକିଛା ଅଭାବୁ ନୁଟୁରାମକଁର ମାନ୍‌ସିକ ଥିତି ଆହୁରି ବିଗିଡ଼ି ଗଲା। ଏନ୍‌ତାଥି ଘରର ଲୋକ୍‌ ଉପେ ଶୂଇନ୍‌ ହେଇ ଆଏଜ୍‌କେ ୫ ବଛର ହେଲା ତାକର ହାତେ ଶିଁକ୍‌ଲା ବଁାଧି ରଖିଛନ୍‌। ସେ ଖାନାପିନା ବି ଠିକ୍‌ସେ ନାଇଁ କରବାର। ଯାହା ଦେଲେ ବଡ଼ା କଷ୍‌ଟେ ଖାଉଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ଟୁନୁରାମର ଉଚ ଚିକିଛା କରାବାର ସମ୍‌ଭବ ନାଇଁ ହେବାର ବଲି ପୀତାମ୍ବର କହିଛନ୍‌। ପରିବାରର ସଁପତି କହେଲେ ରାଶନ କାର୍ଡ ଖଁଡ଼େ ଆର ଜମିବାଡ଼ି ଦୁଇ ଟୁକ୍‌ରି। ଯେନ୍‌ଥିରେ କୁଟୁମ ପୁଷ୍‌ବାର ଭିଡ଼ ହେଇଯାଉଛେ ବଲି ପୀତାମ୍ବର କହିଛନ୍‌। ଏନ୍‌ତା ପରିସ୍ଥିତିରେ ପୁଓର ଚିନ୍‌ତା କରି ମା’ ବି ମାନ୍‌ସିକ ଥିତି ଠିକ୍‌ ନଁାଇଁନ। ଉପେ ଶୂଇନ୍‌ ପୀତାମ୍ବର ମା’ପୁଓର ଚିକିଛା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନ ଆର ଜିଲା ସୁଆସ୍‌ତିଅ ବିଭାଗକେ ଗୁହାରି କରିଛନ୍‌। ଇ ବାବ୍‌ଦେ ନୂଆପଡ଼ା ଜିଲା ମୁଖିଆ ଚିକିଛା ଅଧ୍‌କାରୀ ପ୍ରଭାସିନୀ ବ୍ରହ୍ମାକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌।