ଶାହିନଙ୍କ ନାମରେ ବିଶ୍ୱକପ୍‌ ରେକର୍ଡ

ଲିଡ୍ସ,୩୦।୬- ଚଳିତ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ବୋଲର ଶାହିନ ଆଫ୍ରିଦୀ ୪ ଉଇକେଟ ନେଇ ଏକ ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍‌ରେ ୧୦ ଓଭର ବୋଲିଂ କରି ୪୭ ରନ୍‌ ଖର୍ଚ୍ଚକରି ୪ ଉଇକେଟ ନେଇଥିଲେ। ଏହା ତାଙ୍କ କ୍ୟାରିୟରର ଦ୍ୱିତୀୟ ଶ୍ରେଷ୍ଠ ବୋଲିଂ ପ୍ରର୍ଦଶନ। କିନ୍ତୁ ବିଶ୍ୱକପ୍‌ ଇତିହାସରେ ୪ ଉଇକେଟ ନେଇଥିବା ସେ ସର୍ବକନିଷ୍ଠ ବୋଲର। ବାମହାତୀ ବୋଲର ଶାହିନଙ୍କ ବୟସ ଏବେ ୧୯ ବର୍ଷ ୮୪ ଦିନ। ତାଙ୍କ ପୂର୍ବରୁ ଏହି ରେକର୍ଡ ସ୍କଟ୍‌ଲାଣ୍ଡର ଜନ ବ୍ଲେନ୍‌ଙ୍କ ନାମରେ ଥିଲା। ବ୍ଲେନ୍‌ ୧୯୯୯ ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷରେ ୪ ଉଇକେଟ ନେଇଥିଲେ। ସେତେବେଳେ ତାଙ୍କୁ ୨୦ ବର୍ଷ ୧୪୦ ଦିନ ହୋଇଥିଲା।

Share