ଶାହିଦଙ୍କୁ ସଫଳ ଅଭିନେତାର ପରିଚୟ ଦେଲା ‘କବିର ସିଂ’

ମୁମ୍ବାଇ: ଅଭିନେତା ଶାହିଦ କପୁରଙ୍କ ଅଭିନୀତ ‘କବିର ସିଂ’ ରିଲିଜର ପ୍ରଥମ ଦିନରେ ହିଁ ୨୦କୋଟି ଟଙ୍କା ଅର୍ଜନ କରିପାରିଛି। ଏହାଦ୍ୱାରା ଶାହିଦ କପୁର ନିଜ କ୍ୟାରିୟରରେ ସବୁଠୁ ବଡ଼ ସଫଳତା ଅର୍ଜନ କରିପାରିଛନ୍ତି। ଫିଲ୍ମ ନିର୍ମାତାଙ୍କ କହିବାନୁଯାୟୀ, କବିର ସିଂ ହେଉଛି ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ରିମେକ୍‌। ଶୁକ୍ରବାର ଏହା ମୁକ୍ତିଲାଭ କରିଥିବାବେଳେ ୨୦.୨୧ କୋଟି ଅର୍ଜନ କରିପାରିଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତବର୍ଷର ଅଳ୍ପ କେତେକ ବକ୍ସ ଅଫିସ ହିଟ୍‌ ଫିଲ୍ମ ସହ ଯୋଡ଼ି ହୋଇପାରିଛି।

ବ୍ୟବସାୟିକ ବିଶ୍ଳେଷକ ତରନ୍‌ ଆଦର୍ଶ ଶନିବାର ଟୁଇଟ୍‌ କରିଛନ୍ତି, ‘କବିର ସିଂ’ ପ୍ରଥମ ଦିନରେ ହିଁ ହିଟ୍‌ ହୋଇଛି। ଏହାଦ୍ୱାରା ଶାହିଦ କପୁରଙ୍କ ସର୍ବୋତ୍ତମ କ୍ୟାରିୟର ଆରମ୍ଭ ହୋଇଛି। ଏହା ମଧ୍ୟ ‘ପଦ୍ମାବତ୍‌’ର ପ୍ରଥମ ଦିନ ରିଲିଜର ଆୟ (୧୯କୋଟି)କୁ ଟପିଯାଇଛି। ୨୦୧୯ରେ ‘ଟୋଟାଲ ଧମାଲ୍‌’ (ଅଣଛୁଟିଦିନ ରିଲିଜ)ର ପ୍ରଥମ ଦିନର ଆୟ (୧୬.୫୦ କୋଟି)କୁ ମଧ୍ୟ ଅତିକ୍ରମ କରିଯାଇଛି। ଫିଲ୍ମ ଦେଖିବାକୁ ତରୁଣ ଦର୍ଶକଙ୍କ ମଧ୍ୟରେ ଅହେତୁକ ଆଗ୍ରହ ବୃଦ୍ଧିପାଇଥିବାରୁ ଏତେଟା ସଫଳତା ମିଳିଥିବା ଆଦର୍ଶ ପ୍ରକାଶ କରିଛନ୍ତି। ତାଙ୍କ କହିବାନୁଯାୟୀ, ଭାରତର ୩,୧୨୩ ପ୍ରେକ୍ଷାଳୟରେ ଏହା ରିଲିଜ ହୋଇଛି।

ମୂଳ ଫିଲ୍ମରେ ଅଭିନେତା ବିଜୟ ଦେବେରକୋଣ୍ଡା ଏବଂ ଅଭିନେତ୍ରୀ ଶାଲିନୀ ପାଣ୍ଡେ ଅଭିନୟ କରିଥିବାବେଳେ ଏହାର ହିନ୍ଦୀ ରିମେକ୍‌ରେ ଅଭିନୟ କରିଛନ୍ତି ଶାହିଦ ଏବଂ କିୟାରା ଆଡଭାନୀ। ‘କବିର ସିଂ’ରେ କବିର (ଶାହିଦ) ଜଣେ ଶେଷବର୍ଷ ମେଡିକାଲ ଛାତ୍ର। ସେ ତାଙ୍କ ଜୁନିୟର ଛାତ୍ରୀ ପ୍ରୀତି (କିୟାରା)ଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଉକ୍ତ ଫିଲ୍ମକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ଭୂଷଣ କୁମାର, ମୁରାଦ ଖେତାନି, କ୍ରିଷନ୍‌ କୁମାର ଏବଂ ଅଶ୍ୱିନ୍‌ ଭାର୍ଦେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri