Categories: ରାଜ୍ୟ

ଶାସନ୍ଦା ସଂଖ୍ୟାଲଘୁ ବସ୍ତି ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ: କ୍ଷେତ୍ର ପରିଦର୍ଶନ କଲେ ବିଧାୟିକା

ବିଞ୍ଝାରପୁର,୨୨ା୬(ଡି.ଏନ,ଏ): ବିଞ୍ଝାରପୁର ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରଖିବା ପାଇଁ ଶାସନ୍ଦା ଗ୍ରାପର ସଂଖ୍ୟାଲଘୁ ବସ୍ତିର ସୁବିଧା ପାଇଁ କେତେକ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ବିଭାଗୀୟ ଅଧିକାରୀଙ୍କୁ ନେଇ ଗୁରୁବାର ଶାସନ୍ଦା ପଞ୍ଚାୟତ ପରିଦର୍ଶନ କରିଛନ୍ତି। ପଞ୍ଚାୟତବାସୀଙ୍କ ସମସ୍ୟା ଦୂର କରିବା ପାଇଁ ବିଞ୍ଝାରପୁର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ବିଧାୟିକା ମଲ୍ଲିକ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆକ୍ସନ ପ୍ଲାନ କରିଥିବା ଜଣାପଡିଛି। ଶାସନ୍ଦା ପଞ୍ଚାୟତର ସଂଖ୍ୟାଲଘୁ ବସ୍ତିରେ ବର୍ଷାଦିନିଆ ଜଳ ନିଷ୍କାସନ ପାଇଁ ୭ଟି ଡ୍ରେନ, ବନ୍ଧସାହି ଓ ବେହେରାସାହିକୁ ଯାତାୟାତ ପାଇଁ ଅସୁବିଧା ହେଉଥିବାରୁ ସେତୁ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ଇଦଗା ପଡିଆ ଢଳେଇ, କଳାଭଉଁରି ନାଳର ପୁନରୁଦ୍ଧାର କାର୍ଯ୍ୟ କରାଯିବ ବୋଲି ଜଣାପଡିଛି। ଅପରାହ୍ନରେ ବିଧାୟିକା ମଲ୍ଲିକ ଅଧିକାରୀଙ୍କ ସହ ଶାସନ୍ଦା ପଞ୍ଚାୟତ ପରିଦର୍ଶନ କରିଥିଲେ। ବିଧାୟିକାଙ୍କ ସମେତ ବିଞ୍ଝାରପୁର ବିଡିଓ ମିନତି ଜଗଦେବ, ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ଜିଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ମିଶ୍ର, ପୂର୍ତ୍ତ ବିଭାଗ ଏସଡିଓ ବିଜ୍ଞରାଜ ଜେନା, କନିଷ୍ଠ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଜେନା, ଜଳ ସମ୍ପଦ ବିଭାଗର ଏସଡିଓ ସତ୍ୟସାଗର ଭୂୟାଁ, କନିଷ୍ଠ ଯନ୍ତ୍ରୀ ନବୀନ କିଶୋର ପାଣିଗ୍ରାହୀ, ଡ୍ରେନେଜ ଏସଡିଓ ଅଧର ପ୍ରସାଦ ଜେନା, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରା, ଆରଡି ବିଭାଗ ଏସଡିଓ ଦୀପ୍ତିପ୍ରସାଦ ସାମଲ, ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ତୃପତ୍ଞ୍ଜଳି ରଥ, ବ୍ଲକ କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ କାମଦେବ ଧଳ, ପୂର୍ବତନ ଉପାଧ୍ୟକ୍ଷା ଅହଲ୍ୟା ସ୍ବାଇଁ, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ନାୟକ, ସ୍ବର୍ଣ୍ଣଲତା ସାମଲ, ମୁରଲୀଧର ବେହେରା, ତାହେର ଅଲ୍ଲି ଖାନ, ସେଖ ନଜିମୁଦ୍ଦିନ, ବୀରେନ୍ଦ୍ର ପଣ୍ଡା, ଅଜୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।