ଶାଳଗଣ୍ଡି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୨ଗିରଫ

ଦେବଗଡ, ୫ା୫(ଡି.ଏନ.ଏ.)-ଦେବଗଡ ଜିଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅଧିନ ଛଲକ ଗ୍ରାମ ନିକଟ ଲକ୍ଷ୍ମୀପୁର ଜଙ୍ଗଲରୁ କାଟି ଶାଳଗଣ୍ଡି ଚାଲାଣ ବେଳେ ବନ ବିଭାଗ ହାତରେ ଧରାପଡିଛି। ପିକଅପ ଭ୍ୟାନ (ନଂ.ଓଆର -୧୯-ସି- ୭୨୨୦)ରେ ୪ଟି ଶାଳ ଗଣ୍ଡି ଚୋରଚାଲାଣ ହେଉଥିଲା। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅନୁଗୋଳ ଜିଲା କଣିହଁା ଥାନା ଅନ୍ତର୍ଗତ ଡେରେଙ୍ଗ ଗ୍ରାମର ବିଭୂତି ଭୂଷଣ ସାହୁ(୪୦) ଓ ଲୋଧାଝରି ଗ୍ରାମର ବସନ୍ତ ନାଏକ (୩୮)। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଇଲେକ୍ଟ୍ରିକ କଟର ମେଶିନ୍‌ ଓ ବାଇକ ଜବତ କରାଯାଇଛି। ଆଗାମୀ ଦିନରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇ କାଠ ଚୋରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ କ୍ଷମା ଷଢଙ୍ଗୀ କହିଛନ୍ତି ା ରିଆମାଳ ରେଞ୍ଜ ଅଫିସର ଭବାନୀ ଶଙ୍କର ଦାଶ, କୁଣ୍ଡେଇଗୋଳା ଫରେଷ୍ଟର ପ୍ରୀତମ କୁମାର ସାହୁ, ପଳସମା ଫରେଷ୍ଟର ପ୍ରଶାନ୍ତ କୁମାର ଶତପଥି,ନୂଆଁଡିହି ଫରେଷ୍ଟର ଗିରିଧାରୀ ପ୍ରଧାନ ଓ ବୁଢାପାଳ ବନରକ୍ଷୀ ଗୋପାଳକୃଷ୍ଣ ମହାକୁଳଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ପ୍ରେମର ପାଠପଢାଇ ଫସିଲେ ବିଜ୍ଞାନ ଶିକ୍ଷକ: ସ୍କୁଲ ଫାଟକରେ ତାଲା, ଥାନାରେ ପହଞ୍ଚିଲା ମାମଲା…

ଦେବଗଡ,୧୩।୨(ଶଶାଙ୍କ ଶେଖର ଝାଙ୍କର): ସ୍କୁଲ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର। କୁଣ୍ଢେଇଗୋଳା ହାଇସ୍କୁଲ ଶିକ୍ଷକ ତପନ ମିଶ୍ର ଥାନାରେ ଅଟକ। ଛାତ୍ରୀଙ୍କ ମା’ ଦେଇଥିବା ଅଭିଯୋଗ…

ଦେବଗଡ ଥାନା ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଠାବ ସହ ୨ଜଣଙ୍କୁ ବାନ୍ଧିଲା

ଦେବଗଡ,୧୩|୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ପୋଲିସ ବହୁ ପରିମାଣର ଚୋରି ସାମଗ୍ରୀ ଉଦ୍ଧାର କରିବାସହ ବସାଲଇ ଗ୍ରାମର ଦୁଷ୍ମନ୍ତ ପ୍ରଧାନ (୨୨) ଓ ବଣିଆକିଲିଣ୍ଡା ଗ୍ରାମର…

ସ୍କୁଲରେ ବିଜ୍ଞାନ ଶିକ୍ଷକଙ୍କ ‘ପ୍ରେମ ପାଠ’: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା ରୁଜୁ

ଦେବଗଡ,୧୨।୨(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଶିକ୍ଷକଙ୍କ ଅଭଦ୍ରାମି। ବିଜ୍ଞାନ ପାଠ ବଦଳରେ ଛାତ୍ରୀଙ୍କୁ ପଚାରୁଛନ୍ତି ‘ହଗ୍‌-ଡେ’ ଓ ‘ପ୍ରପୋଜ୍‌-ଡେ’। ଦେବଗଡ଼ ଜିଲା ରିଆମାଳ ବ୍ଲକରୁ ଆସିଛି ଏଭଳି…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ଖେଳ ପଡିଆରୁ ଟେକି ନେଇ ନାବାଳିକାଙ୍କୁ ବଳାତ୍କାର, ୫୯ ବର୍ଷୀୟ ବ୍ୟକ୍ତି ଗିରଫ

ଦେବଗଡ,୧୦।୨(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ…

ପଥର କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨ା୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ନିକଟରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍‌ଅପ୍‌କୁ ପୋଲିସ ଜବତ କରିଛି।…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri