Posted inରାଜ୍ୟ

ଶାରଳା ମନ୍ଦିର ପାର୍କିଂ, ଭୋଗ ଓ ଦୀପ ଦୋକାନୀଙ୍କୁ ତାଗିଦ: ୩ ଦିନରେ ଜମା କର ବକେୟା ୩୫.୩୩ ଲକ୍ଷ

ଜଗତ୍‌ସିଂହପୁର ଅଫିସ,୨୫ା୭: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠ ଆଜି ସଙ୍କଟରେ। ମନ୍ଦିର ଛାତଠାରୁ ଆରମ୍ଭ କରି ଚନ୍ଦନ ପୋଖରୀ ଓ ସମ୍ପୂର୍ଣ୍ଣ ପରିବେଶ ବିଗିଡିଯାଇଛି। ପାର୍କିଂ, ଭୋଗ ଓ ଦୀପ ଦୋକାନୀମାନେ ମନ୍ଦିର ରାଜସ୍ବ ଲୁଟି ଚାଲିଛନ୍ତି। ସେମାନେ ମନ୍ଦିର ପ୍ରଶାସନକୁ ଗତବର୍ଷର ବକେୟା ରାଶି ନ ଦେଇ ମଧ୍ୟ ଚଳିତବର୍ଷ ବିନା ରାଜିନାମାରେ କାରବାର ଚଳାଇଛନ୍ତି। ଆଶ୍ଚର୍ଯ୍ୟର କଥା ଚଳିତବର୍ଷର ୨ଟି କିସ୍ତି ମଧ୍ୟ ଜମା କରି ନ ଥିଲେ। ଏ ବାବଦରେ ମୋଟ ୪୭ ଲକ୍ଷ ଟଙ୍କା ଉପରୋକ୍ତ ଦୋକାନୀଙ୍କ ଉପରେ ବାକି ପଡିଥିଲେ ସୁଦ୍ଧା ଦେବୋତ୍ତର ବିଭାଗ ନୀରବ ରହିଥିଲା। ଏନେଇ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଉଭୟ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ଚେଇଁ ଉଠିଛି। ଦେବୋତ୍ତର ବିଭାଗ ନୋଟିସ୍‌ କରିବାରୁ ଭୋଗ ଓ ଦୀପ ଦୋକାନୀ ପାଖାପାଖି ୧୧.୫୩ ଲକ୍ଷ ଟଙ୍କା ଜମା କରିଛନ୍ତି। କିନ୍ତୁ ପାଖାପାଖି ୩୫.୩୩ ଲକ୍ଷ ଟଙ୍କା ଏବେ ବି ପାର୍କିଂ, ଭୋଗ ଓ ଦୀପ ଦୋକାନୀଙ୍କ ଉପରେ ବକେୟା ରହିଛି। ଏହି ରାଶି ୩ ଦିନ ମଧ୍ୟରେ ଅର୍ଥାତ୍‌ ୨୭ ତାରିଖ ସୁଦ୍ଧା ଜମା କରିବାକୁ ମନ୍ଦିର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ସଂଗ୍ରାମ କେଶରୀ ଧଳ ନୋଟିସ୍‌ କରିଛନ୍ତି। ସେହିପରି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମନ୍ଦିର ପରିଦର୍ଶନରେ ଯାଇ ଏହାର ସମୀକ୍ଷା କରିବା ସହ ଚନ୍ଦନ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ବେଆଇନ ପାର୍କିଂ ଫି ଆଦାୟ କଲେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିରରେ ଯେପରି କୌଣସି ଅନିୟମିତତା ନ ହୁଏ ଓ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି।
ସୂଚନା ଅନୁଯାୟୀ, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଭୋଗ, ଦୀପ ଓ ପାର୍କିଂ ଦୋକାନୀମାନେ ୨ଟି କିସ୍ତି ଟଙ୍କା ଜମା କରିବା କଥା। କିନ୍ତୁ କେହି ଜମା କରୁ ନ ଥିଲେ। ଧରିତ୍ରୀରେ ଏହି ଖବର ପ୍ରକାଶ ପାଇବା ପରେ ଦେବୋତ୍ତର ବିଭାଗ ଓ ଜିଲାପାଳ ତତ୍ପରତା ପ୍ରକାଶ କରିଥିଲେ। ଇତିମଧ୍ୟରେ ଦୀପ ଦୋକାନୀ ୨ରୁ ୧ଟି କିସ୍ତି ବାବଦ ପାଖାପାଖି ୭,୫୩,୦୦୦ ଟଙ୍କା ଜମା ଦେଇଛନ୍ତି। ଅବଶିଷ୍ଟ ୭,୫୩,୦୦୦ ଟଙ୍କା ୩ ଦିନ ମଧ୍ୟରେ ଜମା କରିବାକୁ ନୋଟିସ୍‌ ହୋଇଛି। ଭୋଗ ଦୋକାନୀ ଚଳିତବର୍ଷ କିସ୍ତି ପିଛା ୮,୬୭,୩୨୫ ଟଙ୍କା ଦେବ ବୋଲି ସ୍ଥିର ହୋଇଛି। କିନ୍ତୁ ଦୋକାନୀମାନେ କିସ୍ତି ଟଙ୍କା ଦେବାରେ ବିଳମ୍ବ କରିଛନ୍ତି। ନିକଟରେ ପାଖାପାଖି ୪ ଲକ୍ଷ ଟଙ୍କା ଜମା ଦେଇଛନ୍ତି। ଅବଶିଷ୍ଟ ୧୩ ଲକ୍ଷ ଟଙ୍କା ବାକି ରହିଛି। ୨୦୧୮-୧୯ରେ ପାଖାପାଖିଢ଼ ୪ ଲକ୍ଷ ଟଙ୍କା ବାକି ରହିଛି। ଏହିପରି ମୋଟ ୧୭ ଲକ୍ଷ ଟଙ୍କା ୩ ଦିନ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ପାର୍କିଂ ନେଇଥିବା ବ୍ୟକ୍ତି କିସ୍ତି ପିଛା ପାଖାପାଖି ୨,୯୦,୦୦୦ ଟଙ୍କା ପୈଠ କରିବାକୁ ସର୍ତ୍ତ ରହିଛି। କିନ୍ତୁ ସେ ଅଦ୍ୟାବଧି ଗୋଟିଏ ବି କିସ୍ତି ଦେଇନାହାନ୍ତି। ତେଣୁ ଚଳିତବର୍ଷର ୫,୮୦,୦୦୦ ଓ ଗତବର୍ଷର ୫,୦୦,୦୦୦ ମିଶାଇ ମୋଟ ପ୍ରାୟ ୧୧ ଲକ୍ଷ ଟଙ୍କା ୩ ଦିନ ଭିତରେ ଜମା କରିବାକୁ ନିର୍ଦ୍ଦେଶ ହୋଇଛି। ଅନ୍ୟାନ୍ୟ ସଂସ୍କାର ଉପରେ ଜିଲାପାଳ ମହାପାତ୍ର କହିଛନ୍ତି ଯେ, ଚନ୍ଦନ ପୋଖରୀ ଜଳ ନିଷ୍କାସନ ଓ ପଙ୍କ ଉଦ୍ଧାର କରାଯିବ। ଏଥିରେ ୪ଟି ଫାଉଣ୍ଟେନ୍‌ ଲାଗିବ। ଡ୍ରେନେଜ୍‌ ବିଭାଗକୁ ଏହି ପୋଖରୀ କାମ ହସ୍ତାନ୍ତର କରାଯିବ। ଗୋଡ ଧୋଇବାକୁ ପଦ ପ୍ରୋକ୍ଷାଳନ ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ। ଏଠାରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସ କାମ ଚାଲିଛି। ଏନେଇ ଓଟିଡିସି ନିର୍ବାହୀ ଯନ୍ତ୍ରୀଙ୍କ ସହ ସମୀକ୍ଷା ହୋଇଛି। ଆସନ୍ତା ବୁଧବାର ପୁଣି ସମୀକ୍ଷା ହେବ। ଏହାର ସାମ୍ନା ଖାଲି କରାଯିବ। ନବ କଳେବର ସମୟରେ ଯେଉଁମାନଙ୍କ ଦୋକାନ ଭଙ୍ଗା ଯାଇଥିଲା ସେମାନଙ୍କୁ ଘର ଦିଆଯିବ। ମନ୍ଦିର ସମ୍ମୁଖ ଦକ୍ଷିଣ ପଟେ ମଝିରେ ଥିବା ଖାଲି ସ୍ଥାନରେ ପାର୍କିଂ କରାଯିବ। ଏହି ପାର୍କିଂ ସ୍ଥାନରେ ପରିଶ୍ରାଗାର ରହିବ। ଏହାବାଦ୍‌ ଓଟିଡିସି ମଧ୍ୟ ଏକ କମ୍ପ୍ଲେକ୍ସ କରୁଛି। ଏହାର ଉନ୍ନତିକରଣ ମଧ୍ୟ କରାଯିବ। ମନ୍ଦିର ଓ ବାହାର ପରିବେଶ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ଧ୍ୟାନ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri