Posted inଖେଳ

ଶାନ୍ତନୁଙ୍କ ଶତକ: ବିଜୟ ଦ୍ୱାରରେ ଓଡ଼ିଶା

କଟକ ଅଫିସ,୨୮ା୧୨-
ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଉତ୍ତରାଖଣ୍ଡ ବିପକ୍ଷ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଘରୋଇ ଓଡ଼ିଶା ଦଳ ବିଜୟ ଦ୍ୱାରରେ ପହଞ୍ଚିଛି। ପ୍ରଥମ ଇନିଂସରେ ଓଡ଼ିଶା ୧୩୬ରନ ଅଗ୍ରଣୀ ହାସଲ କରିବା ପରେ ଉତ୍ତରାଖଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରି ୪ ଉଇକେଟ ହରାଇ ୫୪ରନ କରିଛି। ଉତ୍ତରାଖଣ୍ଡ ୮୨ରନ ପଛରେ ଥିବା ବେଳେ ଓଡ଼ିଶାକୁ ବିଜୟ ପାଇଁ ୬ ଉଇକେଟ ଆବଶ୍ୟକ ରହିଛି। ଓଡ଼ିଶା ପକ୍ଷରୁ ଶାନ୍ତନୁ ମିଶ୍ର ୧୧୦ରନ୍‌ର ଇନିଂସ ଖେଳି ଦଳକୁ ଅଗ୍ରଣୀ କରିବାରେ ସହାୟକ ହୋଇଛନ୍ତି। ୧୩ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବା ପରେ ଶାନ୍ତନୁ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି।
ଉତ୍ତରାଖଣ୍ଡର ପ୍ରଥମ ଇନିଂସ ୧୧୭ରନରେ ସୀମିତ ରହିବା ପରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଥିବା ଓଡ଼ିଶା ୬ ଉଇକେଟ ହରାଇ ୧୪୫ କରିଥିଲା। ଶାନ୍ତନୁ ୫୪ରନରେ ଓ ଦେବବ୍ରତ ପ୍ରଧାନ ୨ରନରେ ଅପରାଜିତ ଥିଲେ। ଦେବବ୍ରତ ୧୪ରନ କରିବା ପରେ ପ୍ୟାଭିଲିୟନ ଫେରିଥିଲେ। ସନ୍ନି ରାଣାଙ୍କ ବଲରେ ଉଇକେଟ କିପର ସୌରଭ ରାୱତଙ୍କ ହାତରେ ଧରାପଡ଼ିଥିଲେ ଦେବବ୍ରତ। ପରେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ ମହାନ୍ତି ଦ୍ରୁତ ବ୍ୟାଟିଂ କରିଥିଲେ। ବଡ଼ ଶଟ୍‌ ଖେଳିବାକୁ ଯାଇ ସୂର୍ଯ୍ୟକାନ୍ତ ୧୧ ଓ ରାଜେଶ ୧୭ରନରେ ଆଉଟ ହୋଇଥିଲେ। ଇତି ମଧ୍ୟରେ ୨୨୯ବଲରୁ ଶାନ୍ତନୁ କ୍ୟାରିୟରର ପ୍ରଥମ ତଥା ସ୍ମରଣୀୟ ଶତକ ହାସଲ କରିଥିଲେ। ୧୧୦ରନ କରି ଶାନ୍ତନୁ ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ବସନ୍ତ ମହାନ୍ତି ୬ରନରେ ଅପରାଜିତ ଥିଲେ। ଉତ୍ତରାଖଣ୍ଡ ପକ୍ଷରୁ ପ୍ରଦୀପ ଚାମୋଲି, ସନ୍ନି ରାଣା ୩ଟି ଲେଖାଏ ଓ ଧନରାଜ ଶର୍ମା ୨ଟି ଉଇକେଟ ଅକ୍ତିଆର କରିଛନ୍ତି। ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ କରିଥିବା ଉତ୍ତରାଖଣ୍ଡ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓଡ଼ିଶା ପେସ୍‌ ବୋଲରମାନେ ପୁର୍ନବାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ୩ରନରେ ଉତ୍ତରାଖଣ୍ଡ ୨ଟି ଉଇକେଟ ହରାଇଥିଲା। ଓପନର ତନ୍ମୟ ଶ୍ରୀବାସ୍ତବ ୨ରନରେ ଓ ଅଭନିଶ ସୁଧା ଖାତା ଖୋଲିବା ପୂର୍ବରୁ ବସନ୍ତଙ୍କ ଶିକାର ହୋଇଥିଲେ। ଅଧିନାୟକ ଉନ୍ମୁକ୍ତ ଚାନ୍ଦ ୧୩ରନରେ ରାଜେଶଙ୍କ ବଲରେ ଉଇକେଟ ହାତରେ ଧରାପଡ଼ିଥିଲେ। ପରେ ସୌରଭ ରାୱତ ୧୫ରନରେ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ଆଉଟ ହୋଇଥିଲେ। ୫୪ରନରେ ଉତ୍ତରାଖଣ୍ଡ ୪ଟି ଉଇକେଟ ହରାଇଥିଲା। ଦୀକ୍ଷାଂଶୁ ନେଗି ୨୩ରନରେ ଓ କର୍ନ କୌଶଲ କୌଣସି ରନ ନ କରି ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ବସନ୍ତଙ୍କୁ ୨ଟି, ରାଜେଶ ଓ ସୂର୍ଯ୍ୟକାନ୍ତଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଛି।
ସଂକ୍ଷିପ୍ତ ସ୍କୋର
ଉତ୍ତରାଖଣ୍ଡ ପ୍ରଥମ ଇନିଂସ: ୧୧୭। ଓଡ଼ିଶା ପ୍ରଥମ ଇନିଂସ: ୨୫୩/ଅଲଆଉଟ(ଶାନ୍ତନୁ ମିଶ୍ର-୧୧୦, ବିପ୍ଳବ ସାମନ୍ତରାୟ-୩୭, ପ୍ରଦୀପ ଚାମୋଲି-୩/୪୮, ସନ୍ନି ରାଣା-୩/୪୫)। ଉତ୍ତରାଖଣ୍ଡ ଦ୍ୱିତୀୟ ଇନିଂସ: ୫୪/୪(ଦୀକ୍ଷାଂଶୁ ନେଗି-୨୩*, ବସନ୍ତ ମହାନ୍ତି-୨/୧୮, ରାଜେଶ ମହାନ୍ତି-୧/୧୯, ସୂର୍ଯ୍ୟକାନ୍ତ ପ୍ରଧାନ-୧/୧୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri