ଶହେ ଟଙ୍କା ପାଇବାକୁ ୯୮.୪୪ ଟଙ୍କା ଖର୍ଚ୍ଚ କରୁଛି ରେଲଓ୍ବେ

ନୂଆଦିଲ୍ଲୀ, ୩-୧୨: ଭାରତୀୟ ରେଲଓ୍ବେର ଆୟ ୧୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ଏହାର ଅପରେଟିଂ ରେସିଓ ବା ପରିଚାଳନା ଅନୁପାତ ୯୮.୪୪% ରହିଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ରେଲଓ୍ବେ ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ୯୮.୪୪ ଟଙ୍କା ଖର୍ଚ୍ଚ କରୁଛି। କମ୍ପ୍ଟୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ସୋମବାର ସଂସଦକୁ ଦେଇଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। ଏଥିରୁ ଅନୁମାନ କରିବା ସହଜଯେ,ରେଲଓ୍ବେର ପରିଚାଳନା ସ୍ଥିତି କିଭଳି ରହିଛି। ଏହି ସମୟରେ ରେଲଓ୍ବେ ୫୬୭୬.୨୯ କୋଟି ଟଙ୍କାର ନକରାତ୍ମକ ବାଲାନ୍ସ ସହ କାରବାର କରିଥିଲା। ଅପରପକ୍ଷରେ ଏନ୍‌ଟିପିସି ଏବଂ ଆଇଆର୍‌ସିଓଏନ୍‌ଠାରୁ ଲାଭ କରିଥିବା ଅଗ୍ରୀମଯୋଗୁ ଏହାର ବଳକା ଅର୍ଥ ୧୬୬୫.୬୧ କୋଟି ରହିଥିଲା। ଏହି ଅଗ୍ରୀମକୁ ଯଦି ବାଦ ଦିଆଯାଏ ତେବେ ପରିଚାଳନା ଅନୁପାତ ୧୦୨.୬୬%କୁ ବଢିଯିବ ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ରେଲଓ୍ବେ ପାସେଞ୍ଜର ସେବା ଏବଂ ଅନ୍ୟ କୋଚିଂ ସେବା ପରିଚାଳନା କରିବା ଲାଗି ମଧ୍ୟ ସକ୍ଷମ ହେଉନାହିଁ।
ମାଲ ପରିବହନରୁ ଲାଭ କରୁଥିବା ମୋଟ ଅର୍ଥ ମଧ୍ୟରୁ ପାସେଞ୍ଜର ଏବଂ ଅନ୍ୟ କୋଚିଂ ସେବା ପରିଚାଳନା ଜନିତ କ୍ଷତିକୁ ଭରଣା କରିବା ଲାଗି ରେଲଓ୍ବେ ପ୍ରାୟ ୯୫% ଅର୍ଥ ଖର୍ଚ୍ଚ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରେଲଓ୍ବେର ରାଜସ୍ବ ଆୟ, ପୁଞ୍ଜି ଖର୍ଚ୍ଚ ଲାଗି ଆୟ କ୍ରମାଗତ କମୁଛି। ୨୦୧୬-୧୭ରେ ନେଟ ବଳକା ରାଜସ୍ବ ୪୯୧୩.୦୦ କୋଟି ଟଙ୍କା ରହିଥିଲା। ଏହା ୨୦୧୭-୧୮ରେ ୬୬.୧୦% ହ୍ରାସ ଘଟି ୧୬୬୫.୬୧ କୋଟି ଟଙ୍କାକୁ ଖସିଛି। ରେଲଓ୍ବେର ମୋଟ ପୁଞ୍ଜି ଖର୍ଚ୍ଚକୁ ଆଭ୍ୟନ୍ତରୀଣ ସମ୍ବଳର ଅଂଶ ୨୦୧୭-୧୮ରେ ୩.୦୧% କମିଛି। ଅର୍ଥାତ ନିଜ ଖର୍ଚ୍ଚ ପାଇଁ ରେଲଓ୍ବେ ନିଜସ୍ବ ପୁଞ୍ଜି ଜୁଟାଇ ପାରୁ ନାହିଁ। ଏହା ଫଳରେ ବଜେଟ ସହାୟତା ଏବଂ ଅତିରିକ୍ତ ବଜେଟ ସହାୟତା ଉପରେ ରେଲଓ୍ବେକୁ ନିର୍ଭର କରିବାକୁ ପଡୁଥିବା ସିଏଜି କହିଛନ୍ତି।
ରେଲଓ୍ବେ ଏହାର ଆଭ୍ୟନ୍ତରୀଣ ରାଜସ୍ବକୁ ବଢାଇବା ଲାଗି ବିଭିନ୍ନ ପଦକ୍ଷେପ ନେବାକୁ ସିଏଜି ପରାମର୍ଶ ଦେଇଛନ୍ତି। ଏହା ହେଲେ ପୁଞ୍ଜି ଜନିତ ନିର୍ଭରତା କମିବ। ୨୦୦୮-୦୯ ବର୍ଷ ପରଠାରୁ ରେଲଓ୍ବେର ପରିଚାଳନା ଅନୁପାତକୁ ଦେଖିଲେ ଏହା ପ୍ରାୟ ୯୦%ରୁ ଉଚ୍ଚରେ ରହିଛି। ଏହି ବର୍ଷ ଏହା ୯୦.୪୮% ରହିଥିଲା। ସେହିଭଳି ୨୦୦୯-୧୦ରେ ୯୫.୨୮%, ୨୦୧୦-୧୧ରେ ୯୪.୫୯%, ୨୦୧୧-୧୨ରେ ୯୪.୮୫%, ୨୦୧୨-୧୩ରେ ୯୦.୧୯%, ୨୦୧୪-୧୫ରେ ୯୧.୨୫%, ୨୦୧୫-୧୬ରେ ୯୦.୪୯% ଏବଂ ୨୦୧୬-୧୭ରେ ୯୬.୫୦% ରହିଛି। ସେହିଭଳି ରେଲଓ୍ବେ ପକ୍ଷରୁ ୨୦୧୭ରେ ଆରମ୍ଭ କରାଯାଇଥିବା ଗିଭ୍‌ ଇଟ୍‌ ସ୍କିମ୍‌ ଉତ୍ସାହଜନକ ହେଉ ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri