Categories: ମେଟ୍ରୋ

ଶହୀଦନଗର ବିଏମ୍‌ସି, ଓଏସ୍‌ଆର୍‌ଟିସିରେ ଖୋଲିବ କ୍ୟାମ୍ପ ଅଫିସ : ସୁବିଧାରେ ମିଳିବ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ସାଧାରଣ ଲୋକଙ୍କୁ ଲର୍ନିଂ ଲାଇସେନ୍ସ ସୁବିଧାର ମିଳିବା ପାଇଁ ସରକାରଙ୍କ ପକ୍ଷରୁ ଆହୁରି ସରଳୀକରଣ କରାଯାଇଛି। ଏଣିକି କୌଣସି ବ୍ୟକ୍ତିବିଶେଷଙ୍କୁ ଆରଟିଓ ଅଫିସର ଧଅଁା ଦୌଡ କରିବାକୁ ପଡିବ ନାହିଁ। ସେମାନେ ଆରଟିଓ ପକ୍ଷରୁ ଖୋଲାଯାଉଥିବା କ୍ୟାମ୍ପ ଅଫିସରେ ସହଜରେ ଲର୍ନିଂ ଲାଇସେନ୍ସ ପାଇପାରିବେ। ସୋମବାର ଠାରୁ ଆରଟିଓଙ୍କ ପକ୍ଷରୁ ଶହୀଦନଗର ବିଏମ୍‌ସି କାର୍ଯ୍ୟାଳୟ ଏବଂ ଓଏସ୍‌ଆରଟିସି କାର୍ଯ୍ୟାଳୟରେ କ୍ୟାମ୍ପ ଅଫିସ ଖୋଲିବ। ଏଥିପାଇଁ ଦୁଇଟି କ୍ୟାମ୍ପ ଅଫିସରେ ୫ଜଣରୁ ଊର୍ଦ୍ଧ୍ୱ କର୍ମଚାରୀ ରହିବ ବୋଲି ଆରଟିଓ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୪ ଯାଏ ଏହି କାର୍ଯ୍ୟାଳୟ ପ୍ରତ୍ୟହ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି କ୍ୟାମ୍ପ ଅଫିସରେ ଲୋକଙ୍କ ସହଯୋଗ କରିବା ପାଇଁ ଏକ ହେଲ୍ପ ଡେସ୍କ ଖୋଲାଯିବ ବୋଲି ଜଣାପଡିଛି। ୭ ଦିନ ପୂର୍ବରୁ ଆରଟିଓ-୧ ପକ୍ଷରୁ ଶହୀଦନଗର ବିଏମ୍‌ସି ଅଫିସ ଏବଂ କଳ୍ପନା ମୁଖ୍ୟ ବିଏମ୍‌ସି ଅଫିସରେ ଶାଖା କାର୍ଯ୍ୟାଳୟ ଖୋଲାଯାଇଥିଲା। ସେହିପରି ଆରଟିଓ-୨ ପକ୍ଷରୁ ନାଲକୋ ଛକ ନିକଟ ବିଏମ୍‌ସି ଅଫିସରେ ଖୋଲାଯାଇଥିଲା।