ଶସ୍ତା ହେବ ଋଣ‌: ୩ମାସ କୋହଳ ହେଲା ଇଏମ୍‌ଆଇ

ନୂଆଦିଲ୍ଲୀ,୨୨।୫: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପ୍ରାୟ ୨୧ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏହି ପ୍ୟାକେଜର ସବିଶେଷ ତଥ୍ୟ ଦେଶବାସୀଙ୍କ ସମ୍ମୁଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରଖିଥିଲେ। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ରୋପୋ ରେଟ ହ୍ରାସ କରିବାକୁ ଘୋଷଣା କରିଛି। ଏହି ହ୍ରାସ ଦ୍ୱାରା ଆରବିଆଇର ରେପୋ ରେଟ ୪.୪୦ ପ୍ରତିଶତ ହ୍ରାସ ପାଇ ୪ପ୍ରତିଶତ ହୋଇଥିବା ଜଣାପଡ଼ିଛି। ଏଥିସହ ଋଣ କିସ୍ତି ଉପରେ ମଧ୍ୟ ୩ମାସ ରିହାତି ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ଆସନ୍ତା ୩ମାସ ଯାଏଁ ଇଏମ୍‌ଆଇ ନ ଦିଅନ୍ତି, ତେବେ ବ୍ୟାଙ୍କ ତାଙ୍କ ଉପରେ ଚାପ ପକାଇପାରିବ ନାହିଁ। ଏହି ଇଏମ୍‌ଆଇକୁ ଜୁନ ୧ରୁ ଅଗଷ୍ଟ ୩୧ଯାଏ କୋହଳ କରାଯାଇଛି। ଏନେଇ ଆରବିଆଇର ଗଭର୍ନର ଶକ୍ତିକାନ୍ତ ଦାସ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ କରୋନା ମହାମାରୀ ଯୋଗୁ ବିଭିନ୍ନ ବ୍ୟବସାୟ ଉପରେ ପ୍ରଭାବ ପଡ଼ଥିବାରୁ ଲୋକଙ୍କ ସୁବିଧା ଓ ଦେଶର ଆର୍ଥିକକୁ ସୁଦୃଢ଼ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ପୂର୍ବରୁ ୩ମାସ ପାଇଁ ଇଏମ୍‌ଆଇ କୋହଳ କରାଯାଇଥିବା ବେଳେ ଏବେ ପୁଣି ୩ମାସ ଅବଧି ବୃଦ୍ଧି କରାଯାଇଛି। ଏହି ନୂଆ ନିୟମ ଯୋଗୁ ବ୍ୟାଙ୍କ ଋଣ ଶସ୍ତା ହେବ ବୋଲି ଶକ୍ତିକାନ୍ତ କହିଛନ୍ତି।

Share