ଶରଣକୁଳ ଅଞ୍ଚଳରେ ଗୋମଡ଼କ

ନୟାଗଡ଼ ଅଫିସ,୨୮।୧୨: ନୟାଗଡ଼ ଜିଲା ଶରଣକୁଳ ଅଞ୍ଚଳରେ ଅଜଣା ରୋଗ ବ୍ୟାପୀ ଗୋମଡକ ଦେଖାଦେଇଛି। ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୋରୁଙ୍କ ମୃତ୍ୟୁ ଘଟୁଛି। ସପ୍ତାହକ ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏତେ ସଂଖ୍ୟକ ଗୋରୁଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ପ୍ରାଣୀ ସମ୍ପଦ ବିଭାଗ ଏ ଦିଗରେ ଆଖିଦୃଶିଆ ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହେଉଛି।
ସୂଚନା ଅନୁସାରେ, ସପ୍ତାହକ ମଧ୍ୟରେ ବଡ଼ଗୋରଡ଼ା ଗ୍ରାମର ଅରକ୍ଷିତ ଦଳେଇ, ପ୍ରହଲ୍ଲାଦ ବେହେରା, ଦଣ୍ଡପାଣି ପ୍ରଧାନ, ହଜାରୀ ବେହେରା, ମହାଜନୀ ସ୍ବାଇଁ, ଗୋଲଣି ଲେଙ୍କା, ପ୍ରାଣନାଥ ଲେଙ୍କା, ସନ୍ତ ବେହେରା, ଝରିଆ ବେହେରାଙ୍କ ଗୋଟିଏ ଲେଖାଏ ଗାଈ ମରିଛନ୍ତି। ଶୁକ୍ରବାର ସକାଳେ ବଡ଼ଗୋରଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଗାଈର ମୃତ୍ୟୁ ଘଟି ଥିବା ବେଳେ ତାହାକୁ ଲୋକମାନେ ନେଇ ପୋତି ଆସିବା ପରେ ଗୁହାଳରେ ବାଛୁରୀଟି ଅସୁସ୍ଥ ଅବସ୍ଥାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ବାଛୁରୀଟି ଅସୁସ୍ଥ ରହିଛି। କେବଳ ବଡ଼ଗୋରଡ଼ା ଗ୍ରାମ ନୁହେଁ ଢୁସୁମା, ଶିଖରପୁର, ଭାଲିଆଡିହି, ଶରଣକୁଳ ଗ୍ରାମରେ ମଧ୍ୟ ଗୋରୁମାନେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେଠାରେ ମଧ୍ୟ ଗୋମଡକ ଦେଖାଦେଖାଦେଇଛି। ସାତ ଦିନରେ ପାଖାପାଖି ୫୦ଗୋରୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେଉଛି। ଗୋରୁ ସୁସ୍ଥ ସବଳ ଥିବା ବେଳେ ହଠାତ୍‌ ସେମାନଙ୍କ ଦେହ ତାତି ଯିବା ସହିତ ଗୋଡ଼ ଝିମଝିମା ମାରି ତଳେ ପଡ଼ି ଯାଉଛନ୍ତି। ଏହା ପରେ ମୃତ୍ୟୁ ହେଉଥିବା ଗୋପାଳକମାନେ ପ୍ରକାଶ କରିଛନ୍ତି। ଏହା ସାହାଣ କିମ୍ବା ବଜବଜିଆ ରୋଗ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଗୋରୁମରି ଯାଉଥିବା କାରଣରୁ ଗୋପାଳକଙ୍କ ଆର୍ଥିକ କ୍ଷତି ଘଟୁଛି।
ଏ ସମ୍ପର୍କରେ ନୟାଗଡ଼ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟପ୍ରିୟ ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ବଡ଼ଗୋରଡ଼ା ଗ୍ରାମର କିଛି ବାଛୁରୀ ମରିଥିବା ସୂଚନା ମିଳିଛି। ଚଟୁଆ ଫୁଲାରେ ସେମାନଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଶନିବାର ସେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଏହାର ପ୍ରତିକାର କରାଯିବାରେ ପଦକ୍ଷେପ ନେବେ ବୋଲି କହିଥିଲେ। ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ ଗୋରୁଙ୍କ ଚିକିତ୍ସା କରିବା ପାଇଁ ଗୋପାଳକମାନେ ଦାବି କରିଛନ୍ତି। ନଚେତ ଅକାଳରେ ଗୋରୁଙ୍କ ଜୀବନ ଚାଲିଯିବ। ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ଜିଲାରେ ୨ ଲକ୍ଷ ୨୯ ହଜାର ୫୨୪ ଗୋରୁ ଗଣନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri