ଶବ୍ଦରେ ଛନ୍ଦି ହେବାକୁ ଦିଅନ୍ତିନି ଖୋକାଭାଇ

ଓଡ଼ିଆ ଭଜନ ହେଉ କି ଆଧୁନିକ ସଙ୍ଗୀତ, ନିଜର ଯାଦୁକରି କଣ୍ଠ ସାହାଯ୍ୟରେ ଯିଏ ଅଗଣିତ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ଜାଗା ସୃଷ୍ଟି କରି ପାରିଛନ୍ତି ସିଏ ହେଲେ ଖ୍ୟାତନାମା କଣ୍ଠଶିଳ୍ପୀ ତୃପ୍ତି ଦାସ। ତୃପ୍ତିଙ୍କ ଅନୁଭୂତିରୁ କିଛି..

ପ୍ରତ୍ୟେକ କଳାକାର ଜୀବନରେ ଅନେକ ସ୍ମୃତି ସାଉଁଟିଥାଆନ୍ତି। ଭଲ ହେଉ କି ମନ୍ଦ, କଳାକାର ସ୍ମୃତିକୁ ସଜେଇ ରଖିବା କିଛି ବଡ଼କଥା ନୁହେଁ। ସଙ୍ଗୀତ କ୍ଷେତ୍ରରେ ମୁଁ ବହୁ ବଡବଡ ସଙ୍ଗୀତ ସାଧକଙ୍କ ସହିତ କାମ କରିଛି। ଅକ୍ଷୟ ମହାନ୍ତି ତଥା ଖୋକାଭାଇଙ୍କ ସହ କାମ କରିବା ସମୟରେ ଅନେକ କଥା ଶିଖିବାକୁ ମିଳିଛି। ଖୋକାଭାଇ ସ୍ବତନ୍ତ୍ର। ଗୀତ କିପରି ଶ୍ରୋତାଙ୍କୁ ଭଲ ଲାଗିବ ସେ ପ୍ରଥମେ ଜାଣିପାରନ୍ତି। ଥରେ ଏକ ଷ୍ଟୁଡିଓରେ ଗୀତ ରେକର୍ଡିଂ ପାଇଁ ଯାଇଥାଏ। ଗୀତଟିର ଶୀର୍ଷକ କ’ଣ ଥିଲା ମନେପଡ଼ୁନି। ସେହି ଗୀତ ରେକର୍ଡିଂ ସମୟର ଅନୁଭୂତି। ଗୀତ ଗାଇବା ବେଳେ ଏହାର ଗୋଟିଏ ଶବ୍ଦ ମୁଁ ଆଦୌ ଭଲଭାବେ ଉଚ୍ଚାରଣ କରି ପାରୁ ନ ଥିଲି। ବାରମ୍ବାର ଭୁଲ ହେଲା। ଗୀତ ଭଲରେ ଗାଇଲେ ମଧ୍ୟ ସେହି ଶବ୍ଦ ପାଖରେ ମୁଁ ଅଟକି ଯାଉଥାଏ। ହଠାତ୍‌ ଖୋକାଭାଇ ମୋ ଉପରେ ରାଗିଗଲେ। କିଛି ସମୟ ପାଇଁ ମୋତେ ଗାଳି ଦେଇଥିଲେ। ଡରରେ ତାଙ୍କୁ ଚାହିଁବାକୁ ମୋର ସାହସ ହେଉ ନ ଥାଏ। ମୁଁ ସେହି ଶବ୍ଦଟିକୁ ସହଜରେ ଉଚ୍ଚାରଣ କରିପାରିବି ନାହିଁ ବୋଲି ସେ ଜାଣି ସାରିଥିଲେ। ଏଣୁ ଖୋକାଭାଇ ଶବ୍ଦକୁ ବଦଳାଇ ଦେଇଥିଲେ। ସେ ଏମିତି ଏକ ଶବ୍ଦ ଲେଖିଥିଲେ ଯାହା ମୁଁ ସହଜରେ ଗାଇ ପାରିଥିଲି। ଥରେ ନୁହେଁ, ବହୁବାର ଏମିତି ହୋଇଛି। ମୁଁ ଅନେକ ଶବ୍ଦରେ ଛନ୍ଦି ହୋଇଛି ଆଉ ସେ ମୋ ସୁବିଧା ପାଇଁ ଗୀତରେ ଶବ୍ଦ ବଦଳାଇ ଦେଇଛନ୍ତି। ଖୋକାଭାଇଙ୍କ ସହ କାମ କରିବାର ଅନୁଭୂତି ସତରେ ଅଭୁଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri