ମାଲକାନଗିରି,୩ା୩ (ଡି.ଏନ.ଏ.)
ମାଲକାନଗିରି ଜିଲାରେ ଦିନକୁ ଦିନ ଠକ ଏବଂ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସେମାନେ ଜିଲାର ଆଦିବାସୀଙ୍କୁ ଟର୍ଗେଟ୍ କରୁଛନ୍ତି। ନିରୀହ ସରଳ ଆଦିବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କୁ ବିଭିନ୍ନ ଭାବରେ ଠକୁଛନ୍ତି। ସେମାନଙ୍କ ନାମରେ ହୋଇଥିବା ଏପରି ଏକ ବ୍ୟାଙ୍କ ଠକେଇ ଏବେ ପଦାକୁ ଆସିଛି। ସଦର ବ୍ଲକ ଚାଲାଣଗୁଡା ପଞ୍ଚାୟତ ତାଳପଦର, ଟିଟିବେରି, ପାହାଡଗୁଡା, କୋଡେଲ୍ପାଲି, ମାସାଗୁଡା, ଆଲୁର୍ ଆଦି ଆଦିବାସୀ ଗ୍ରାମରେ ବସବାସ କରୁଥିବା ଶତାଧିକ ଆଦିବାସୀଙ୍କୁ ଏପରି ଶୋଷଣ କରାଯାଇଛି। ତଣ୍ଡାପାଲି ଗ୍ରାମର ଗଙ୍ଗା ମାଡକାମି ସେମାନଙ୍କ ନିକଟରେ ପହଞ୍ଚତ୍ ବର୍ଷାରେ ନଷ୍ଟ ହୋଇଯାଇଥିବା ଧାନ ଏବଂ ଭାଙ୍ଗିରୁଜି ଯାଇଥିବା ଘର ପାଇଁ ସରକାର ଅନୁଦାନ ଦେଉଛନ୍ତି। ସେମାନେ ଏଥିରୁ ଲାଭ ଉଠାଇବା ଉଚିତ୍ ବୋଲି ଆଦିବାସୀମାନଙ୍କୁ ପ୍ରବର୍ତ୍ତାଇଥିଲେ। ସେମାନଙ୍କ ପଟ୍ଟା ସଂଗ୍ରହ କରିବା ସହ କେତେକ କାଗଜପତ୍ରରେ ଦସ୍ତଖତ ଓ ଟିପ ଚିହ୍ନ ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ପଟ୍ଟା ଏବଂ ନଥିପତ୍ର କରି ସେମାନଙ୍କ ମଧ୍ୟରୁ କାହାକୁ କେମିତି ୨/୫ ହଜାର ଟଙ୍କା ଦେଇଥିଲେ। ା ଏହା ଜାଣିବା ପରେ ଟିଟି ବେରି ସହ ଅନ୍ୟ ଗ୍ରାମର ଲୋକମାନେ ମଧ୍ୟ ଗଙ୍ଗାଙ୍କୁ ସରକାରଙ୍କ ସହାୟତା ପାଇବା ଆଶାରେ ସେମାନଙ୍କ ଜମିପଟ୍ଟା ଏବଂ କାଗଜପତ୍ରରେ ଦସ୍ତଖତ ଦେଇଥିଲେ। ଗଙ୍ଗା ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ୨/୩ ହଜାର ଲେଖାଏ ଟଙ୍କା ଦେଇ ସେମାନଙ୍କ ପଟ୍ଟା ଫେରାଇଥିଲେ। ମାତ୍ର ୪ ବର୍ଷ ପରେ ମାଲକାନଗିରି ୟୁନିୟନ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ଆଦିବାସୀଙ୍କ ନାମରେ ତୁରନ୍ତ ଋଣ ଶୁଝିବା ପାଇଁ ନୋଟିସ ଆସିଛି। ପ୍ରତ୍ୟେକଙ୍କ ନାମରେ ୩୦/୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଉଠାଯାଇଛି। ଏବେ ଏହା ସୁଧ ସହ ଶୁଝିବାକୁ ବ୍ୟାଙ୍କ କହିଛି। ତେବେ କେତେକଙ୍କ ନାମରେ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଶୁଝିବାକୁ ନୋଟିସ ଆସିଛି। ଏହି ନୋଟିସ୍ ପାଇବା ପରେ ଆମେ ଚାଷ ପାଇଁ କେହି ଋଣ ଆଣି ନ ଥିଲୁ। ବର୍ଷା ଦିନେ ଆମର ଘର ଏବଂ ଧାନ ନଷ୍ଟ ହୋଇଯିବାରୁ ସରକାର ଆମକୁ ସାହାଯ୍ୟ କରିଛନ୍ତି ବୋଲି କହିଛନ୍ତି। ତଣ୍ଡାପାଲି ଗ୍ରାମର ଗଙ୍ଗା ମାଡକାମି ଆମର ପଟ୍ଟା ନେଇ କାହାକୁ ୨ ହଜାର, ୩ ହଜାର ଓ ୪ ହଜାର ଟଙ୍କା ଦେଇଥିଲେ ବୋଲି ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସୋମବାର ପାହାଡଗୁଡା ଗ୍ରାମର ସୁଲା ମାଢି, ଟିଟିବେରିର ଗଙ୍ଗା ପଡିଆମି, ରାମ କାର୍ତ୍ତାମି, ଇର୍ମା ପଡିଆମି, ଜଗା ମାଢି, ଦେବା ମାଢି, ସଞ୍ଜୟ ମାଢି, ଇର୍ମା କରାମିଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଚାଲାଣଗୁଡା ସରପଞ୍ଚ ପୁଷ୍କାରାଣୀ ପଡିଆମିଙ୍କ ନେତୃତ୍ୱରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ମନୀଷ ଅଗ୍ରଓ୍ବାଲ ଅଭିଯୋଗକାରୀଙ୍କଠାରୁ ସମସ୍ତ ଘଟଣା ଶୁଣିବା ପରେ ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Posted inମାଲକାନଗିରି, ରାଜ୍ୟ View All
କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ
ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…
ଘରେ ଆଶ୍ରୟ ଦେଲେନି ପୁଅ
ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…
ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…
ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…
ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ
ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…
ରାଜ୍ୟରେ ଝଡ଼ବର୍ଷା ଆଲର୍ଟ
ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…
ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ
କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…
ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ
ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…
ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…
ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…
Archives

