ଶଟ୍‌ଡାଉନ୍‌ ଲାଗି ପିପିଲିକୁ ଗଡ଼ିବନି ମୋ ବସ୍‌

ଭୁବନେଶ୍ୱର,୨୩।୬(ବ୍ୟୁରୋ): ବହୁ ପ୍ରତିକ୍ଷାର ଅନ୍ତ ହେଲା, ଶେଷରେ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ମାନ୍ୟବର ସୁପ୍ରିମ୍‌କୋଟ୍‌ ନିର୍ଦ୍ଦେଶ ଦେଲେ। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ପିପିଲିକୁ ମୋ ବସ୍‌ର ନୂଆ ରୁଟ୍‌ ଗଡ଼ିବ ନାହିଁ। ପୁରୀ ଜିଲା ଶଟ୍‌ଡାଉନ୍‌ ଥିବାରୁ କ୍ରୁଟ୍‌ ପକ୍ଷରୁ ଏହି ସେବାକୁ ପରମୁହୂର୍ତ୍ତରେ ଆରମ୍ଭ କରାଯିବ। ପୁରୀ ଜିଲାକୁ ଶଟ୍‌ଡାଉନ୍‌ କରି ରାଜ୍ୟ ସରକାର ରଥଯାତ୍ରା କରିବାକୁ ଯାଉଥିବା ନିଷ୍ପତ୍ତିକୁ ସମ୍ମାନ ଦେଇ ମୋ ବସ୍‌ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଥିବା କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।