Categories: ରାଜ୍ୟ

ଶଟ୍‌ଡାଉନ୍‌ରେ ବିକ୍ରି ହେବ ଓମଫେଡ୍‌ ସାମଗ୍ରୀ: ରିଟେଲରଙ୍କ ଠିକଣା ସହ ମୋବାଇଲ ନଂ. ଜାରି

ଭୁବନେଶ୍ୱର,୬।୬(ବ୍ୟୁରୋ): ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଏହି ୨ ଦିନ ସଟ୍‌ଡାଉନ ବେଳେ ଓମଫେଡ୍‌ ପ୍ରଡକ୍ଟ ବିକ୍ରି ହୋଇପାରିବ। ତେବେ ଶଟ୍‌ଡାଉନ୍‌ ବେଳେ କିଏ ଓମଫେଡ୍‌ ପ୍ରଡକ୍ଟ ବିକିପାରିବେ ସେମାନଙ୍କର ଏକ ତାଲିକା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି । ଭୁବନେଶ୍ୱରରେ ୨୬ଟି ରିଟେଲରଙ୍କ ଠିକଣା ସହ ମୋବାଇଲ ନଂ. ଜାରି କରାଯାଇଛି। କେବଳ ତାଲିକାରେ ସ୍ଥାନୀତ ରିଟେଲର ଓମଫେଡ୍‌ ପ୍ରଡକ୍ଟ ବିକି ପାରିବେ ବୋଲି ଜଣାପଡ଼ିଛି।