ଶଟ୍‌ଡାଉନ୍‌ରେ ଗଡ଼ିବନି ମୋ’ ବସ୍‌

ଭୁବନେଶ୍ୱର, ୫ା୬(ବ୍ୟୁରୋ)- ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ମୋ’ବସ୍‌ ପକ୍ଷରୁ ଶଟ୍‌ଡାଉନ୍‌ରେ ମୋ’ ବସ୍‌ ଚଳାଚଳ କରିବ ନାହିଁ। ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାର କ୍ୟାପିଟାଲ ରିଜିଅନ୍‌ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ୍‌) ପକ୍ଷରୁ ମୋବସ୍‌ ଚଳାଚଳ କରିବ ନାହିଁ ବୋଲି ଶୁକ୍ରବାର ଅପରାହ୍ନରେ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ହେଲେ ପୂର୍ବପରି ରେଲଓ୍ବେ ଷ୍ଟେଶନ ଓ ବିମାନ ବନ୍ଦରରୁ ମୋ ବସ ଆପାତକାଳିନ ସେବା ଯୋଗାଇବ। ସେହିପରି ଗତ ୭ ତାରିଖ ଯାଏ ଥିବା ପାସ୍‌ ବଢ଼ାଇବା ଅବଧିକୁ ମଧ୍ୟ କ୍ରୁଟ୍‌ ପକ୍ଷରୁ ବଢ଼ାଇ ଦିଆଯାଇଛି। ମାଷ୍ଟର କ୍ୟାଣ୍ଟିନ୍‌ରେ ଏନେଇ ବସୁଥିବା ଟିମ୍‌ ସୋମବାର ମଧ୍ୟ ବସିବେ ବୋଲି କୁ୍ରଟ୍‌ ପକ୍ଷରୁ କୁହାଯାଇଛି।