ସଟ୍‌ଡାଉନ୍‌ ପରିସୀମା ବଢିଲା

ଭଦ୍ରକ ଅଫିସ, ୪।୪- ଭଦ୍ରକ ପୌରାଞ୍ଚଳ ସମେତ ଆଖପାଖ ଗାଁ ରେ ୪୮ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଶୁକ୍ରବାର ରାତିରେ ଭଦ୍ରକର ଦୁଇ ଜଣ କରୋନା ରୋଗୀ ଚି଼ହ୍ନଟ ହେବାପରେ ଚରମ୍ପା ନିକଟସ୍ଥ ଏରେଇଁ ପଂଚାୟତ ଅଞ୍ଚଳ କୁ ମଧ୍ୟ ଏହି ସଟଡାଉନ ନିୟମରେ ଅନ୍ତର୍ଭୁକ୍ତ କରାଯାଇଛି। ଅପରପକ୍ଷରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା ପାଇଁ ଆଇଜି ଦୀପତେଶ ପଟନାୟକ ଭଦ୍ରକରେ ପହଂଚି ଏସପି ରାଜେଶ ପଣ୍ଡିତ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି।