ଶକ୍ତିମନ୍ତ୍ରୀଙ୍କ ଅଚାନକ କେସିଙ୍ଗା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

କେସିଙ୍ଗା,୧୭।୮(ଡି.ଏନ.ଏ.)
କେସିଙ୍ଗାସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଚାନକ ଭାବେ ଗତ ଗୁରୁବାର ସନ୍ଧ୍ୟା ୭ଟାରେ ପରିଦର୍ଶନ କରିଥିଲେ। ଏଠାରେ ଥିବା ବିଭିନ୍ନ ସମସ୍ୟା ଯଥା ପ୍ରିନ୍ସିପାଲ ନିଯୁକ୍ତି, ୫ଜଣ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟର ପଶ୍ଚିମ ପଟେ ବାଡା ନିର୍ମାଣ, ସିସିଟିଭି ସଂଯୋଗ, ମୁଖ୍ୟଗେଟ ନିର୍ମାଣ, ନୂତନ ହଷ୍ଟେଲରେ ବିଦ୍ୟୁତ ସଂଯୋଗ ଓ ଉଦଘାଟନ, ରାସ୍ତା ନିର୍ମାଣ ଆଦି ବିଷୟରେ ବୁଲି ଦେଖିଥିଲେ । ମନ୍ତ୍ରୀଙ୍କ ଏହି ପରିଦର୍ଶନରେ ୱେସ୍କୋ, ଆରଡି, ବ୍ଲକ, ପିଡବ୍ଲ୍ୟୁଡି ବିଭାଗର କର୍ମଚାରୀ ମଧ୍ୟ ଥିଲେ । ମନ୍ତ୍ରୀ କମ ଦିନରେ ନୂତନ ହଷ୍ଟେଲରେ ବିଦ୍ୟୁତ ସଂଯୋଗ ହେବା ସହିତ ଆଦର୍ଶ ବିଦ୍ୟାଳୟର ସବୁ ସମସ୍ୟା ଦୂର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟାଳୟର ଇନଚାର୍ଜ ପ୍ରିନ୍ସିପାଲ ଏହି ସମସ୍ୟା ଉପରେ ଆବେଦନ କରିଥିଲେ ।