Categories: ଜାତୀୟ

ଲ୍ୟାଣ୍ଡର ବିକ୍ରମର କୌଣସି କ୍ଷତି ହୋଇନି; ଯୋଗାଯୋଗ ପାଇଁ ଜାରି ରହିଛି ଉଦ୍ୟମ: ଇସ୍ରୋ

ଶ୍ରୀହରିକୋଟା,୯।୯: ଚନ୍ଦ୍ରୟାନ-୨ ମିଶନରେ ଆଶା ମଉଳିନି। କେତେକ ଯାନ୍ତ୍ରିକ ବ୍ୟତିକ୍ରମ ଯୋଗୁ ଲ୍ୟାଣ୍ଡର ବିକ୍ରମ ନିଦ୍ଦିଷ୍ଟ ପଥରୁ ବାହାରି ଯାଇ ଚନ୍ଦ୍ରପୃଷ୍ଠରେ ଜୋର୍‌ରେ ପଡ଼ିଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏବେ ଏହା ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ରହିଛି। ଏହାର କୌଣସି ଅଂଶ ଭାଙ୍ଗିନାହିଁ। ବିକ୍ରମ ସହିତ ଯୋଗାଯୋଗ ପାଇଁ ଉଦ୍ୟମ ଜାରି ରହିଛି। ଯଦି ଯୋଗାଯୋଗ ସମ୍ଭବ ହୁଏ ତେବେ ଏହା ମଧ୍ୟରୁ ରୋଭର ପ୍ରଜ୍ଞାକୁ ବାହାରକୁ ଅଣାଯିବ। ରୋଭର ଚନ୍ଦ୍ରପୃଷ୍ଠରେ ୧୪ ଦିନରେ ୫ ଶହ ମିଟର ଅଞ୍ଚଳରେ ଘୁରି ବୁଲିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। ଇତିମଧ୍ୟରେ ୩ ଦିନ ବିତି ଯାଇଛି। ତେଣୁ ଯୋଗାଯୋଗ ସଫଳ ହେଲେ ଏହା ଚନ୍ଦ୍ରପୃଷ୍ଠରେ ଅବଶିଷ୍ଟ ଦିନ ଘୁରି ବୁଲି ଇସ୍ରୋକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରେରଣ କରିବ।

Share