ଲୋପ୍‌ ପାଉଛେ ଯଁତାର ବେଭାର:ଦିହିପା ସମସିଆରେ ଛଁଦି ହେଉଛନ୍‌ ମହିଲା

ଲାଠୋର, ୧୨ା୬ (ଡି.ଏନ୍‌.ଏ): ଆଜିର ମୁନୁଷ ନିଜକେ ଆଧୁନିକତା ଭିତରେ ହଜେଇ ଦେଇଛେ। ଯୁଗର ସଂଗେ ତାଲ ଦେଇ ଆଗ୍‌କେ ବଢ଼ୁଛେ। ନିଜର ସୁଖ୍‌ ସୁବିଧାର ଲାଗି ନୂଅଁା ନୂଅଁା ଯନ୍ତ୍ରପାତିର ବେଭାର କରୁଛେ। ଯେନ୍‌ଥିରଲାଗି ପୁରନାକାଲିଆ ଘରୁଆ ଉପକରନ୍‌ ଯଁତା, ରୁବେନ, ଢେଁକି, କୁଟେନ, ପାହାରୁନ, ଶିଲର ବେଭାର ଯେନ୍‌ତା ଆଏଜ୍‌କାଲିର ମହିଲାମାନେ ପାସ୍‌ରି ଦେଲେନ। ଆଧୁନିକ ମହିଲାମାନେ ଇଲୋକ୍ଟ୍ରୋନିକ୍ସ ସାମାନର ବଡ଼ଭାରି ବେଭାର କରୁଛନ୍‌। ଯେନ୍‌ଥିରେ ପରିଶ୍‌ରମ କମ୍‌ ଆର କାମ୍‌ ଜଲ୍‌ଦି ଉସ୍‌ରୁଛେ। ହେଲେ ଇଥ୍‌ରେ ସଭେ ଅଲସୁଆ ହେଇ ନିଜେ ସୁଆସ୍‌ତିଅ ସମସିଆକେ ଡାକିଆନୁଛନ୍‌। ଆଘ ଘରକରି ମହିଲାମାନେ ଚାଉଲ, ଦାଲି, ମସଲା, ହଲଦି, ଲକାକେ କୁଟ୍‌ବା, କଁାଡ଼୍‌ବା, ଦଲବାରର ଲାଗି ଢେଁକି, ଯଁତା, କୁଟେନ ଆଦିର ବେଭାର କରୁଥିଲେ। ଇଥ୍‌ରେ ଅନେକ ଶାରିରୀକ ପରିଶ୍‌ରମ ହେଉଥିଲା। ଶାରିରୀକ ପରିଶ୍‌ରମ ଲାଗି ଦିହିପା ନିରୁଜ୍‌ ରହୁଥିଲା। ହେଲେ ଆଏଜ୍‌କାଲି ଇ ସବୁ ଗୁଟେ ପରଥାରେ ରହିଯାଇଛେ। ବିହାବରପନ୍‌ ବେଲେ ଝି’କେ ବଟାଲେ ଯଉତୁକରେ ଶିଲ, ଯଁତା ଦେଉଛନ୍‌ ସତ୍‌, ହେଲେ ସେଟା ଘରେ ପଡ଼ି ପଡ଼ି ଖତ୍‌ ଖାଉଛେ। ମସଲା ବାଟବାକେ ହେଉ କି ଦାଲି ଦଲ୍‌ବାକେ ହେଉ ଆଧୁନିକ୍‌ ମହିଲାମାନେ ଗ୍ରାଇଣ୍ଡରର ବେଭାର କରୁଛନ୍‌। ଯେନ୍‌ଥିରେ ପରିଶ୍‌ରମ କମ୍‌, କାମ୍‌ ଜଲଦି ହେଉଛେ। ଘରକରି ମହିଲାମାନେ ଏନ୍‌ତା ସବୁ ଯନ୍ତ୍ରପାତିର ବଡ଼ଭାରି ବେଭାର ଲାଗି ବହୁତ୍‌ ଫୁରସତ୍‌ ପାଉଛନ୍‌। ବିନା ପରିଶ୍‌ରମରେ ଘରେ ବେଶି ସମିଆ ବସି ରହିଲାବେଲେ ରୋଗ୍‌ବାଗ ମାଡ଼ି ବସୁଛେ। ଡାକ୍‌ତର ପାସ୍‌କେ ଗଲେ ମାଲମାଲ ଉଷୋ ସଂଗେ ଯୋଗ, ବ୍ୟାୟାମ, ଖାଏବାର ପିଇବାର ଗୁଟେ ବଡ଼ଭାରି ତାଲିକା ଧରେଇ ଦେଉଛନ୍‌। ହେଲେ ଇଥ୍‌ରେ କିଛି ଲାଭ୍‌ ନାଇଁ ହେବାର। କାରନ୍‌ ଝନେ ମୁନୁଷ୍‌ ଯେନ୍‌ ହିସାବେ ଶାରିରୀକ ପରିଶ୍‌ରମ କରବାର କଥା ନାଇଁ କଲେ ରୋଗ୍‌ ନିହାତି ହେବା। ଆଏଜ୍‌ ବି ଗଁାଗଁଲିରେ ଅନେକ୍‌ ପୁରାତନ ବୁରୁଧ୍‌ ଅଛନ୍‌ ଯେନ୍‌ମାନେ ନିରୁଜ୍‌ ଜୀବନ୍‌ ବିତଉଛନ୍‌ ଆର ଶାରିରୀକ ପରିଶ୍‌ରମ କରିପାରୁଛନ୍‌। ହେଲେ ଆଏଜ୍‌କାଲି ୪୦ ବଛର ଡେଗ୍‌ତେ ଡେଗ୍‌ତେ ବଡ଼ଭାଗି ମହିଲାକରନେ ମୁଟା ହେବାର ସଂଗେ ମଧୁମେହ ରୋଗ୍‌ ଦେଖ୍‌ବାକେ ମିଲୁଛେ। ଇତାର ବଡ଼ କାରନ୍‌ ଅଲପ୍‌ ଶାରିରୀକ ପରିଶ୍‌ରମ ସଂଗେ ଖାଏଦ୍‌ ପାଏନ୍‌ରେ ଅସଁତୁଲନ। ଯେନ୍‌ଥିରଲାଗି ଆଏଜ୍‌କାଲିର ଭେଁଡ଼ିଆ ପିଲା ଆର ଧଁାଗ୍‌ରି ଟୁକେଲ ବି ସଖାଲ ପାଏଲେ ମର୍ଣ୍ଣିଂଓ୍ବାକ୍‌ ଇଭିନିଂ ଓ୍ବାକ୍‌ କରୁଛନ୍‌। ହେଲେ ଆଏଜ୍‌ ବି ଯଦି ମହିଲାମାନେ ଶିଲ, ଯଁତା ଲେଖେଁ ପୁରନା କାଲିଆ ଉପକରନ୍‌ ବେଭାର କରବେ ଅନେକ୍‌ ରୋଗ୍‌ରୁ ମୁକ୍‌ତି ମିଲିଯିବା। ଗୁଟେ ନିରୁଜ୍‌ ସମାଜ ଗଠନ୍‌ ବି ହେଇପାରବା। ଇ ଦିଗେ ସଭେ ସଚେତନ୍‌ ହେବାର ସଂଗେ ସଚେତନତା ସୁରୁଷ୍‌ଟି କରବାର କଥା। ଇଥ୍‌ରେ ଆମର ପୁରନାକାଲିଆ ସଂସ୍କୃତି, ପରମ୍ପରା ବି ବଁଚି ରହିତା।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri