ଲୋକଙ୍କ ସମସ୍ୟା ବୁଝିବାକୁ ୯ କି.ମି. ଚାଲିଲେ ବିଡିଓ

ଦଶପଲ୍ଲା,୨୨ା୧୦(ଡି.ଏନ.ଏ.): ରାଜ୍ୟ ସରକାର ଚଳିତମାସ ୨ ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫-ଟି ଆଧାରରେ ରାଜନେତାଠାରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କାର୍ଯ୍ୟ କରୁଛନ୍ତି। ଲୋକଙ୍କ ନିକଟତର ହୋଇ ସେମାନଙ୍କ ସୁବିଧାଅସୁବିଧା ବୁଝିବା ଉଦ୍ଦେଶ୍ୟରେ ଏହି ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ସୋମବାର ନୟାଗଡ଼ ଜିଲା ଦଶପଲ୍ଲା ବିଡିଓ ଦେବୀ ପ୍ରସାଦ ମହାନ୍ତି ଲୋକଙ୍କ ସମସ୍ୟା ବୁଝିବା ପାଇଁ ବଣଜଙ୍ଗଲ ମଧ୍ୟରେ ୯କି.ମି. ଚାଲିଥିଲେ। ତାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଆଦିବାସୀ ଅଧ୍ୟ୍ୟୁଷିତ ଟାକେରା ପଞ୍ଚାୟତର ପାନାବାରୀ ଓ ତାବେରା ଗ୍ରାମକୁ ଚାଲି ଚାଲି ଯାଇଥିଲେ। ସକାଳ ୮ଟା ୪୦ରେ ସେମାନେ ବାହାରି ପୂର୍ବାହ୍ନ ୧୧ଟାରେ ଉକ୍ତ ସ୍ଥାନରେ ପହଞ୍ଚତ୍ଥିଲେ। ବିଡିଓ ଉକ୍ତ ୨ଗୋଟି ଗ୍ରାମର ବାସିନ୍ଦାଙ୍କୁ ଏକତ୍ରିତ କରି ଏକ ସଭା କରିଥିଲେ। ସଭାରେ ଲୋକମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ତୁରନ୍ତ ଏହାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗମନାଗମନ ପାଇଁ ରାସ୍ତାଟିଏ ନ ଥିବାରୁ ସେଥିପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ବ୍ୟୟ ଅଟକଳ ମଞ୍ଜୁର କରାଇବାକୁ ବିଡିଓ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅଧିକାରୀମାନେ ସେଠାରୁ ୫ଟାରେ ବାହାରି ସନ୍ଧ୍ୟା ୭ଟାରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ବିଡିଓଙ୍କର ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି।