ଲେବର ବଜେଟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କର୍ଲାମୁଣ୍ଡା,୨୮।୯(ଡି.ଏନ.ଏ.)
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜୀବ ଗାନ୍ଧି ସେବାକେନ୍ଦ୍ରଠାରେ ଏମ୍‌ଜିଏନ୍‌ଆରଇଜିଏସ୍‌ର ସଫଳତା ପାଇଁ ପ୍ଲାନିଙ୍ଗ କମିଟି ସଭ୍ୟାସଭ୍ୟମାନଙ୍କୁ ନେଇ ଗୁରୁବାରଠାରୁ ଚାଲିଥିବା ଲେବର ବଜେଟ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଦ୍ୱିତୀୟ ଦିବସରରେ ତାଲିମାଥିୀମାନଙ୍କୁ ନେଇ କ୍ଷେତ୍ର ପରିଦର୍ଶନ ସହ ସାମାଜିକସ୍ଥିତି ମାନଚିତ୍ର ଓ ସମ୍ବଳ ଚିହ୍ନଟ ପକ୍ରିୟା ଉପରେ ତାଲିମ ଦିଆଯାଇଥିଲା। ଏଥିରେ ପ୍ରତି ପଞ୍ଚାୟତରେ ଗଠନ ହୋଇଥିବା ପ୍ଲାନିଙ୍ଗ କମିଟି କର୍ମକର୍ତ୍ତାମାନେ ଯୋଗଦେଇ ଥିଲେ। ପ୍ରଥମ ଦିବସରେ ସ୍ଥାନୀୟ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା ଯୋଗଦେଇ ଉଦ୍‌ଘାଟନ କରିଥିଲେ । ତାଲିମଦାତା ଭାବେ ଏପିଓ ସୂର୍ଯ୍ୟମଣି ସେଠ୍‌, ସହକାରୀଯନ୍ତ୍ରୀ ଗୌରାଙ୍ଗ ପ୍ରସାଦ ମାଝି, କନିଷ୍ଠଯନ୍ତ୍ରୀ ଅମ୍ବିକା ପ୍ରସାଦ ମାଝି, ଏମ୍‌ଜିଏନ୍‌ଆରଇଜିଏସ୍‌ ସହାୟକ ବିରଞ୍ଚତ୍ ଗହୀର, ସପଲହରା ପଞ୍ଚାୟତ ଗ୍ରାମରୋଜଗାର ସେବକ କ୍ଷମାନିଧି ସାହୁ ପ୍ରମୁଖ ଯୋଗଦେଇ ଠିକ୍‌ ରୂପେ କିଭଳି ଲେବର ବଜେଟ ତିଆରି ହୋଇପାରିବ ସେ ଉପରେ ତାଲିମ ପ୍ରଦାନ କରିଥିଲେ।