ଲାଲ ଲଙ୍କାରୁ ତିଆରି ଔଷଧ ମେଦ ହ୍ରାସ କରିବ

ମୋଟାପଣ ଏକ ଶାରୀରିକ ସମସ୍ୟା, ଯାହାକୁ ନିୟନ୍ତ୍ରଣରେ ରଖି ନ ପାରିଲେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ମୋଟାପଣ ନିଜ ସହ ମଧୁମେହ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଏବଂ ଥାଇରଏଡ୍‌ ଭଳି ସମସ୍ୟାକୁ ଆମନ୍ତ୍ରଣ କରିଥାଏ। ଆମେରିକାର ୟ୍ୟୋମିଙ୍ଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ଲାଲ ଲଙ୍କାରୁ ଏକ ଔଷଧ ତିଆରି କରିଛନ୍ତି, ଯାହା ଦୀର୍ଘସମୟ ପର୍ଯ୍ୟନ୍ତ ଆପଣଙ୍କ ଶାରୀରିକ ଓଜନକୁ ସନ୍ତୁଳିତ ରଖିବା ଏବଂ ମୋଟାପଣ ଦୂର କରିବାରେ ସାହାଯ୍ୟ କରିବ। ଗବେଷକଙ୍କ ଅନୁସାରେ, ଲାଲ ଲଙ୍କାରେ କ୍ୟାପ୍ସାଇସିନ୍‌ ନାମକ ତ୍ବ ଥାଏ, ଯାହା ଲଙ୍କାକୁ ରାଗ ବା ଜ୍ୱଳନ ପ୍ରଦାନ କରେ। ଏହି ତତ୍ତ୍ବ ଚର୍ବିତ୍‌ ହ୍ରାସ, ମୋଟାପଣ ଦୂର କରିବା ଏବଂ ମେଟାବଲିଜିମ୍‌ ବଢାଇବାରେ ସାହା୍ଯଯ କରିଥାଏ। ପ୍ରମୁଖ ଗବେଷକଙ୍କ ଅନୁସାରେ, କ୍ୟାପ୍ସାଇସିନ୍‌ରୁ ତିଆରି ଔଷଧ ଶରୀରରେ ପ୍ରବେଶ କରିବା ପରେ ପୂରାଦିନ ଚର୍ବି ସହ ଲଢ଼େଇ କରିଥାଏ। ଏହାଦ୍ୱାରା ଶରୀର ଭିତରେ କୌଣସି ପ୍ରକାର ଜ୍ୱଳନ ହୋଇନଥାଏ। ଏହା ମଧୁମେହ, କୋଲେଷ୍ଟରୋଲ୍‌ ଏବଂ ଇନ୍‌ସୁଲିନ୍‌କୁ ସନ୍ତୁଳିତ ରଖିଥାଏ। ଗବେଷକମାନେ ଏହି ଔଷଧକୁ ପ୍ରାୟ ୮ ମାସ ପର୍ଯ୍ୟନ୍ତ ମୂଷାଙ୍କ ଉପରେ ପରୀକ୍ଷଣ କରିଥିଲେ। କୌଣସି ଦୁଷ୍ପରିଣାମର ସୁରାକ୍‌ ମିଳି ନ ଥିବା ବେଳେ ଓଜନ ହ୍ରାସ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri